ଢାକାରେ ଭୟଙ୍କର ଅଗ୍ନିକାଣ୍ଡ: ଗଲାଣି ୭୦ ଜୀବନ

ଢାକା: ବାଂଲାଦେଶ ରାଜଧାନୀ ଢାକାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏଥିରେ ପ୍ରାୟ ୭୦ ଜଣଙ୍କର ମୃତ୍ୟୁ ହୋଇଛି । ସକାଳ ପ୍ରାୟ ସାଢେ ୯ଟାରେ ପୁରୁଣା ଢାକାର ଛୁରିହାଟ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିଲା। ପ୍ରଥମେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଥିଲା। ତେବେ ସେଠାରେ ପାଖରେ କିଛି କେମିକାଲ ଓ ପ୍ଲାଷ୍ଟିକ୍ ସାମଗ୍ରୀ ଥିବାରୁ ଚାହୁଁ ଚାହୁଁ ନିଆଁ ଅତି ଜୋରରେ ବ୍ୟାପି ଯାଇଥିଲା ।

ଫଳରେ ନିମିଷକ ମଧ୍ୟରେ ସ୍ଥାନୀୟ ଲାଲବାଗ ମାର୍କେଟରେ ଥିବା ଅନେକ ବିଲଡିଂ ନିଆଁ ଦ୍ୱାରା କବଳିତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି।

You might also like