ବାପାଙ୍କ ସହ ବିମାନରେ ଯାଉଥିଲେ, ମଝି ଆକାଶରେ ଚାଲିଗଲା କୁନିଝିଅର ଜୀବନ

ନୂଆଦିଲ୍ଲୀ: ମଝି ଆକାଶରେ ଚାଲିଗଲା କୁନିଝିଅର ଜୀବନ। ବାପାଙ୍କ ସହ ଲକ୍ଷ୍ନୌ-ମୁମ୍ବାଇ ଫ୍ଲାଇଟ୍‌ରେ ଯାଉଥିଲେ ୭ ବର୍ଷର କୁନି ଝିଅ ଆୟୂଷି ପ୍ରଜାପତି। ହଠାତ ଦେହ ଅସୁସ୍ଥ ହେବାରୁ ଜରୁରୀକାଳିନ ଲ୍ୟାଣ୍ଡ କଲା ଫ୍ଲାଇଟ୍‌। ତୁରନ୍ତ ଡାକ୍ତରଖାନା ନେଲେ।  ହେଲେ କୁନିଝିଅକୁ ବଞ୍ଚାଇ ପାରିଲେନି ଡାକ୍ତର।

ଉତ୍ତର ପ୍ରଦେଶ ଚାଫା ସ୍ଥିତ ସିଦ୍ଧାର୍ଥ ନଗରର ବାସିନ୍ଦା ଆୟୂଷି ପୁନ୍‌ଭାସି ପ୍ରଜାପତି ଗତକାଲି ସକାଳେ ଗୋଏୟାର ଫ୍ଲାଇଟ୍‌ G8307ରେ ବାପାଙ୍କ ସହ  ଯାଉଥିଲା। ହଠାତ୍‌ ସେ ଅଚେତ ହୋଇପଡ଼ିଲା। ଏପରି ଅବସ୍ଥା ଦେଖି ଫ୍ଲାଇଟ୍‌ ନାଗପୁର ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା। ସେଠାରେ କିଙ୍ଗସୱେ ହସ୍‌ପିଟାଲର ଡାକ୍ତରୀ ଟିମ୍‌ ଉପସ୍ଥିତ ଥିଲେ।

ଝିଅର ପ୍ରାଥମିକ ଚିକିତ୍ସା କରିବା ପରେ ଡାକ୍ତର ତାକୁ ତୁରନ୍ତ ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତରୀ ଟିମ୍‌ ତାଙ୍କୁ ମୃତ ଘୋଷଣା କରିଥିଲେ।

ଯଦିଓ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡ଼ି ନାହିଁ ତେବେ ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଆୟୁଷି ରକ୍ତହୀନତା ରୋଗୀରେ ଆକ୍ରାନ୍ତ ଥିଲା ଯାହା ତାଙ୍କ ବାପା ଲୁଚାଇଥିଲେ। ନିୟମ ଅନୁଯାୟୀ ଯଦି ଜଣେ ବ୍ୟକ୍ତିଙ୍କର ହିମୋଗ୍ଲୋବିନ୍ ୮ରୁ ୧୦gms ଭିତରେ ଥିବ, ତାକୁ ଫ୍ଲାଇଟରେ ଯିବା ପାଇଁ ଅନୁମତି ମିଳିବ ନାହିଁ। କିନ୍ତୁ ଆୟୁଷିର ହିମୋଗ୍ଲୋବିନ୍ ୨.୫gms ଥିଲା।  ଆୟୁଷିର ବାପା ଏ ସମ୍ପର୍କରେ କାହାକୁ ନଜଣାଇ ଫ୍ଲାଇଟରେ ଯାତ୍ରା କରିଥିଲା।

You might also like