ମଝି ଆକାଶରେ ୨ ବିମାନ ଦୁର୍ଘଟଣାଗ୍ରସ୍ତ, ୭ ମୃତ

ଆଲାସ୍କା: ଆଲାସ୍କାରେ ୨ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୭ଜଣଙ୍କ ମୃତ୍ୟୁ ଘଟିଛି। ଆଲାସ୍କାର ସୋଲ୍‌ଡୋଣ୍ଟା ସହରରୁ କିଛି କି.ମି. ଦୂରରେ ଏହି ଦୁର୍ଘଟଣା ଘଟିଛି।

ମଝି ଆକାଶରେ ୨ଟି ଛୋଟ ବିମାନ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍‌ ପାର୍ଟିର ଷ୍ଟେଟ୍‌ ଆସେମ୍ବ୍ଲି ମେମ୍ବର ଗ୍ୟାରି ନୋପ୍‌ ଥିଲେ।

ଗୋଟିଏ ବିମାନରେ ଗ୍ୟାରି ନୋପ୍ ଏକାକୀ ଯାତ୍ରା କରୁଥିବା ବେଳେ ଅନ୍ୟ ଏକ ବିମାନରେ ସାଉଥ୍‌ କାରୋଲିନାରୁ ୪ ପର୍ଯ୍ୟଟକଙ୍କ ଧରି ଉଡ଼ାଣ ଆରମ୍ଭ କରିଥିଲା। ଏହି ବିମାନରେ ଜଣେ ଗାଇଡ୍‌ ଓ ପାଇଲଟ୍‌ ମଧ୍ୟ ଥିଲେ।

ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ୨ଟି ବିମାନ ସିଙ୍ଗଲ୍‌ ଇଞ୍ଜିନ୍‌ ଥିଲା ଓ ଏହା ସୋଲ୍‌ଡୋଣ୍ଟା ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା। ଆଙ୍କୋରେଜ୍‌ ସହରରୁ ପାଖାପାଖି ୧୫୦ କି.ମି. ଦୂରରେ ଦୁଇଟି ବିମାନ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା।

ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଯେଉଁ ସମୟରେ ବିମାନ ୨ଟି ଉଡ଼ାଣ ଆରମ୍ଭ କରିଥିଲା ସେହି ସମୟରେ ପାଣିପାଗ ପୂରା ଠିକ୍‌ଠାକ୍‌ ଥିଲା। ଏପରିକି ବିମାନ ୨ଟି ଉଡ଼ାଣ ଆରମ୍ଭ ସମୟରେ ମଧ୍ୟ ବହୁତ ପାର୍ଥକ୍ୟ ଥିଲା। କେଉଁ କାରଣ ପାଇଁ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ…

ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

You might also like