ଯୁବତୀଙ୍କ ପେଟରୁ ବାହାରିଲା ୭ କିଲୋ ଚୁଟି

ବୋକାରୋ: ଯୁବତୀଙ୍କ ପେଟରୁ ବାହାରିଲା ୭ କିଲୋ ଚୁଟି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ଏଭଳି କିଛି ଘଟଣା ଘଟିଛି। ଜଣେ ଯୁବତୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ ଓ ତାଙ୍କର ଅପରେସନ୍ କରାଯାଇଥିଲା। ଅପରେସନ୍‌ ସମୟରେ ତାଙ୍କ ପେଟରୁ ୭ କିଲୋ ଚୁଟିର ଏକ ଗୋଲା(ଗୋଲ୍‌ ଆକୃତି) ବାହାରିଥିଲା। ଝିଅଟିର ପେଟରେ ଏତେ ପରିମାଣର ମଣିଷ ଚୁଟି ବାହାରିବା କାରଣ ବି ଜାଣିଲେ ଆପଣଙ୍କୁ ଅଜବ ଲାଗିବ।

ସୂଚନା ଅନୁସାରେ, ଚାସ୍‌ର ଭୋଜପୁର କଲୋନୀରେ ରହୁଥିବା ସ୍ୱିଟି କୁମାରୀ(୧୭) ଛୋଟବେଳେ ଚୁଟି ଖାଇବା ଅଭ୍ୟାସରେ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡର ଚୁଟି ଝଡ଼ିବା ପରେ ସେ ଏହାକୁ ଖାଇ ଦେଉଥିଲେ। ଶେଷରେ ସେ ଚୁଟି ଖାଇବା ଅଭ୍ୟାସରେ ପଡ଼ି ଯାଇଥିଲେ। ଦୀର୍ଘ ୫ ବର୍ଷ ପରେ ଏହି ଖରାପ ଅଭ୍ୟାସକୁ ସେ ଛାଡ଼ି ଦେଇଥିଲେ। ହେଲେ ପୂର୍ବରୁ ସେ ଖାଇଥିବା ଚୁଟି ଗୁଡ଼ିକ ପେଟ ଭିତରକୁ ଯାଇ ଗୋଟିଏ ସ୍ଥାନରେ ଏକାଠି ହୋଇ ରହି ଯାଇଥିଲା। ଧୀରେ ଧୀରେ ଏହା ଏକ ଗୋଲ ଆକୃତିର ଗୋଲା ସଦୃଶ ହୋଇଯାଇଥିଲା। ଏହାରି ଭିତରେ ସ୍ୱିଟିଙ୍କ ବାନ୍ତି ଓ ଗ୍ୟାସ୍‌ ସମସ୍ୟା ସୃଷ୍ଟି ହୋଇଥିଲା।

ଗତ କିଛିଦିନ ତଳେ ସେ ଡାକ୍ତରଙ୍କୁ ଭେଟିଥିଲେ। ଏହାପରେ ତାଙ୍କର ଅଲ୍‌ଟ୍ରାସାଉଣ୍ଡ୍‌ କରାଯାଇଥିଲା। ଯେଉଁଥିରେ ପେଟରେ ଟ୍ୟୁମର୍‌ ହୋଇଥିବା ସନ୍ଦେହ କରାଯାଇଥିଲା। ସୋମବାର ବୋକାରର ଏକ ପ୍ରାଇଭେଟ୍‌ ହସ୍ପିଟାଲ୍‌ରେ ତାଙ୍କର ଅପରେସନ୍‌ ହୋଇଥିଲା। ଏହି ସମୟରେ ତାଙ୍କ ପେଟ ଭିତରୁ ଚୁଟିର ଏକ ଗୋଲା ମିଳିଥିଲା। ଏହାକୁ ବାହାର କରିବା ପାଇଁ ୬ ଘଣ୍ଟା ଲାଗିଥିଲା। ଯାହାର ଓଜନ ପ୍ରାୟ ୭ କିଲୋ ଥିଲା।

ବର୍ତ୍ତମାନ ସ୍ୱିଟିଙ୍କ ସ୍ୱାସ୍ଥ୍ୟାବସ୍ଥା ପୂରାପୂରି ଠିକ୍‌ ଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ

ମନ୍ତ୍ରୀପରିଷଦରୁ ଇସ୍ତଫା ଦେଲେ ହରସିମରତ୍ କୌର୍ ବାଦଲ

You might also like