ଉତ୍ତର ପ୍ରଦେଶରେ ବଡ ଧରଣର ଟ୍ରେନ୍‌ ଦୁର୍ଘଟଣା

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶରେ ବଡ ଧରଣର ଟ୍ରେନ୍‌ ଦୁର୍ଘଟଣା। ଲକ୍ଷ୍ନୌ ନିକଟବର୍ତ୍ତୀ ହରିଚନ୍ଦନପୁର ଷ୍ଟେସନ ନିକଟରେ ଫରକ୍କା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ଫରକ୍କା ଏକ୍ସପ୍ରେସ୍‌ର ୮ ଟି ବଗି ଲାଇନଚ୍ୟୁତ ହୋଇ ୭ଜଣଙ୍କ ମୃତ୍ୟୁ ହୋଇଛି।

ଏହାସହ ୩୦ରୁ ଅଧିକ ଯାତ୍ରୀ ଅାହତ ହୋଇଛନ୍ତି। ଘଟଣା ସ୍ଥଳରେ ଏନ୍‌ଡିଆର୍‌ଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏକ ଡାକ୍ତରୀ ଦଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଅାହତଙ୍କୁ ପ୍ରଥମିକ ଚିକିତ୍ସା ଦେଉଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ ଘଟଣାକୁ ନେଉ ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଫରକ୍କା ଏକ୍ସପ୍ରେସ୍ ପଶ୍ଚିମବଙ୍ଗର ମାଲଦାରୁ ଦିଲ୍ଲୀ ଅଭିମୁଖେ ଗସ୍ତ କରୁଥିଲା।

 

You might also like