ଟ୍ରକ୍‌ରେ ପିଟି ହେଲା ବସ୍‌; ୭ ମୃତ, ୩୦ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୈନପୁରୀରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଆଗ୍ରା- ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଏକ ଟ୍ରକ୍‌ ସହ ବସ୍‌ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି।

ମିଳିଥିବା ସୂଚନା ଅନୁସାରେ, ନୂଆଦିଲ୍ଲୀରୁ ବାରାଣସୀ ଅଭିମୁଖେ ଯାଉଥିବା ବେଳେ ବସ୍‌ଟି ଓଭରଟେକ୍‌ କରିବା ପାଇଁ ଚେଷ୍ଟା କରିଥିଲା। ଫଳରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା। ବସ୍‌ଟି ଏତେ ଜୋରରେ ଯାଇ ଟ୍ରକ୍‌ରେ ପିଟି ହୋଇଥିଲା ଯେ ଏହାର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ତେବେ ଏହି ଦୁର୍ଘଟଣାରେ ବସ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

You might also like