ପୁଣି ୭ ବିଏସ୍‌ଏଫ୍ ଯବାନଙ୍କ ଠାରେ କରୋନା ଭୂତାଣୁ

ଅଗରତାଲା: ଶନିବାର ତ୍ରିପୁରାରେ ୭ ବିଏସ୍‌ଏଫ୍ ଯବାନଙ୍କ ସହିତ ମୋଟ ୧୧ ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୭ରେ ପହଞ୍ଚିଛି ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ସୂଚନା ଦେଇଛନ୍ତି। ଏଥିମଧ୍ୟରୁ ୧୨୫ କରୋନା କେସ୍ ସକ୍ରିୟ ଥିବା ବେଳେ ୪୨ ଜଣ ସୁସ୍ଥ ହୋଇଛନ୍ତି।

୬୨୫ ଜଣଙ୍କର ସାମ୍ପଲ୍‌ ଟେଷ୍ଟ ହୋଇଥିଲା। ଏଥିରେ ୧୧ ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ଯେଉଁଥିରେ ୭ ଜଣ  ବିଏନ୍‌ ବିଏସ୍‌ଏଫ୍‌ ଏବଂ ଚୁରାଇବାରି ଗେଟ୍‌ ଅଞ୍ଚଳର ୪ ଜଣ ସାଧାରଣ ନାଗରିକ ଥିଲେ। ଏହି ୪ ଜଣଙ୍କ ମଧ୍ୟରେ ଦୁଇଜଣ ଅନ୍ୟ ରାଜ୍ୟର ଡ୍ରାଇଭର୍‌ ବୋଲି ଜଣାପଡ଼ିଛି। ଏହି ଦୁଇଜଣ ଗୁଆହାଟୀରୁ ଫେରିଥିଲେ। ଏମାନଙ୍କୁ ଚିକିତ୍ସା କରାଯାଉଥିବା ଟ୍ୱିଟ୍ କରି ସୁଚନା ଦେଇଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ।

ଏହି ଘଟଣାକୁ ମିଶାଇ ଧଲାଇ ଜିଲ୍ଲାର ଅମ୍ବାସାରେ ନିୟୋଜିତ ଥିବା ମୋଟ ୧୫୯ ବିଏସ୍‌ଏଫ୍‌ ଯବାନଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି ।

ଆହୁରି ପଢ଼ନ୍ତୁ

You might also like