ରବିବାର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ: ୫୯ ଆସନରେ ହେବ ମତଦାନ

ନୂଆଦିଲ୍ଲୀ: ରାତି ପାହିଲେ ଷଷ୍ଠ ପର୍ଯ୍ୟାୟ ମତଦାନ। କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ସମେତ ୬ଟି ରାଜ୍ୟର ମୋଟ ୫୯ଟି ଲୋକସଭା ଆସନ ପାଇଁ ୧ ଲକ୍ଷ ୧୩ ହଜାର ବୁଥରେ ମତଦାନ ହେବ। ଏହି ପର୍ଯ୍ୟାୟରେ ୯୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ  ୧୦ କୋଟି ୧୭ ଲକ୍ଷରୁ ଅଧିକ ଭୋଟର।

ବିହାରର ୮ଟି, ହରିଆନାର ୧୦ଟି, ଝାରଖଣ୍ଡର ୪ଟି, ମଧ୍ୟପ୍ରଦେଶର ୮ଟି, ଉତ୍ତର ପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି, ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ ଶନିବାର ଭୋଟ ପଡ଼ିବ।

୨୦୧୪ରେ ଏହି ୫୯ ଆସନରୁ ବିଜେପି ହାତକୁ ଆସିଥିଲା ୪୫ଟି ଆସନ। ତୃଣମୂଳ କଂଗ୍ରେସ ଖାତାରେ ୮, କଂଗ୍ରେସ ହାତରେ ୨, ସମାଜବାଦୀ ପାର୍ଟି ଏବଂ ଲୋକଜନଶକ୍ତି ପାର୍ଟି ଭାଗରେ ଗୋଟିଏ ଲେଖାଏ ଆସନ ପଡିଥିଲା।

You might also like