Coronavirus India Update: ୨୪ ଘଣ୍ଟାରେ ୬୭,୧୫୧ ନୂଆ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନାଭାଇରସର ଆତଙ୍କ କମିବାର ନାଁ ନେଉନାହିଁ। ସେହି କ୍ରମରେ ଭାରତରେ ମଧ୍ୟ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୭ହଜାର ୧୫୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨ଲକ୍ଷ ୩୪ହଜାର ୪୭୫ରେ ପହଞ୍ଚି ଯାଇଛି।

Coronavirus India Update

କେବଳ ଏତିକି ନୁହେଁ, ଦିନକ ମଧ୍ୟରେ ଭାରତରେ ୧୦୫୯ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଏଥିସହ ଏବେ ଦେଶରେ ମୃତ୍ୟୁ ସଂଖ୍ୟା ୫୯ହଜାର ୪୪୯ରେ ପହଞ୍ଚିଛି। ଏହି ଆଧାରରେ ଭାରତ ଏବେ ଦୁନିଆରେ କରୋନା ମୃତ୍ୟୁ ମାମଲାରେ ଚତୁର୍ଥ ସ୍ଥାନରେ ରହିଛି। ଦେଶରେ ସୁସ୍ଥ ସଂଖ୍ୟା ଲଗାତର ବୃଦ୍ଧି ପାଇବାରେ ଲାଗିଛି।

ଏପର୍ଯ୍ୟନ୍ତ ଏହି ମହାମାରୀରୁ ୨୪ଲକ୍ଷ ୬୭ହଜାର ୭୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହ ଭାରତରେ ରିକଭରୀ ରେଟ୍ ୭୬.୨୯ ପ୍ରତିଶତକୁ ବୃଦ୍ଧି ପାଇଛି। ଭାରତରେ ୩୨ଲକ୍ଷ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁବା ପାଇଁ ୨୦୯ ଦିନର ସମୟ ଲାଗିଛି।

ତେବେ ପ୍ରଥମେ ଲକ୍ଷେ ଛୁଇଁବା ପାଇଁ ୧୧୦ ଦିନର ସମୟ ଲାଗିଥିଲା। ଅର୍ଥାତ୍ ଗତ ୯୯ ଦିନରେ ୩୧ଲକ୍ଷ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ICMR ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୫ ତାରିଖ ଅର୍ଥାତ୍ ମଙ୍ଗଳବାର ଦେଶରେ ୮ଲକ୍ଷ ୨୩ ହଜାର ୯୯୨ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଦେଶରେ ବୃଦ୍ଧି ପାଉଛି କରୋନା ସୁସ୍ଥ ହାର