୬୪୪ ଜଣ ଉଗ୍ରବାଦୀଙ୍କ ଆତ୍ମସମର୍ପଣ

ଗୌହାଟୀ: ଆସାମ ସରକାରଙ୍କୁ ବଡ଼ ସଫଳତା ମିଳିଛି। ଅସିଦ୍ଧ ଘୋଷଣା ହୋଇଥିବା ୮ଟି ବିଦ୍ରୋହୀ ସଂଗଠନ ସହ ଜଡ଼ିତ ଥିବା ୬୪୪ ଜଣ ସଦସ୍ୟ ଆଜି ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ସେମାନେ ଆସାମରେ ଶାନ୍ତିର ପରିବେଶ ସୃଷ୍ଟି କରିବା ପାଇଁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।

ୟୁଏଲ୍‌ଏଫଏ, ଏନ୍‌ଡିଏଫବି, ଆରଏନ୍‌ଏଲ୍‌ଏଫ, କେଏଲ୍‌ଓ, ସିପିଆଇ(ମାଓବାଦୀ) ଓ ଏନ୍‌ଏଲ୍‌ଏଫବିର ବିଦ୍ରୋହୀ ସଂଗଠନର ସଦସ୍ୟମାନେ ଆଜି ଆତ୍ମସମର୍ପଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଉପସ୍ଥିତିରେ ଗୌହାଟୀରେ ଥିବା ଜିଏମଚିଏଚ୍‌ ଅଡିଟୋରିୟମରେ ଏହି ଆତ୍ମସମର୍ପଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏହି ଅବସରରେ ଆତ୍ମସମର୍ପଣ କରିଥିବା ବିଦ୍ରୋହୀ ସଦସ୍ୟଙ୍କୁ ସରକାରଙ୍କ ପକ୍ଷରୁ ମୁଖ୍ୟସ୍ରୋତ ସାମିଲ କରିବା ପାଇଁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଆଜି ଆତ୍ମସମର୍ପଣ କରିଥିବା ଉଗ୍ରବାଦୀମାନେ ପୁଲିସ୍‌ ନିକଟରେ ୧୭୭ଟି ବନ୍ଧୁକ ଦାଖଲ କରିଛନ୍ତି।

You might also like