୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

ନୂଆଦିଲ୍ଲୀ: କଥାରେ ଦୃଢ଼ ମନୋବଳ ଆଗରେ ବୟସ ହାର ମାନିଥାଏ। ଏମିତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହରିୟାଣାର ପାନିପତରେ। ପାନିପତରେ ରହୁଥିବା ଜମସେର୍ ସିଂହ ସାନ୍ଧୁ ଅଗଷ୍ଟ ୨୫ ତାରିଖ ଅର୍ଥାତ୍ ମଙ୍ଗଳବାର ନିଜର ୬୨ତମ ଜନ୍ମଦିନ ପାଳନ କରିଛନ୍ତି। ତେବେ ସେ ନିଜର ପ୍ରତି ଜନ୍ମଦିନରେ ଏମିତି ନିଆରା ଢଙ୍ଗରେ ପାଳିଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି।

ଜମସେର୍ ନିଜର ଜନ୍ମଦିନରେ ସେତିକି କିଲୋମିଟର୍ ଦୌଡ଼ନ୍ତି, ଯେତିକି ବର୍ଷରେ ସେ ପଦାର୍ପଣ କରନ୍ତି। ଅର୍ଥାତ୍ ଏଥର ଜମସେର୍ ୬୨ ବର୍ଷରେ ପଦାର୍ପଣ କରିଛନ୍ତି, ତେଣୁ ସେ ୬୨.୪ କିଲୋମିଟର୍ ଦୌଡ଼ି ନିଜ ବୟସର ସଂଖ୍ୟାକୁ ଅତିକ୍ରମ କରିଛନ୍ତି। ସୋସିଆଲ୍ ମିଡିଆରେ ଏବେ ଲୋକେ ତାଙ୍କର ଏହି ଉତ୍ସାହକୁ ସଲାମ୍ କରୁଛନ୍ତି।

ଜମସେର୍ ଅଗଷ୍ଟ ୨୫ ତାରିଖରେ ଦୌଡ଼ୁଥିବାର ଭିଡିଓ ଟ୍ୱିଟରରେ ଶେଆର୍ କରିଛନ୍ତି। ଏଥିରେ ସେ କ୍ୟାପସନରେ ଲେଖିଛନ୍ତି, ‘ମୁଁ ନିଜର ଜୀବନର ୬୨ ବର୍ଷ ପୂରଣ କରିଛି ଏବଂ ଏହି ଅବସରରେ ୬୨.୪ କିଲୋମିଟର ଦୌଡ଼ ପୂରଣ କରିଛି। ଏବେ ମୁଁ ମୋ ବୟସଠାରୁ ଆଗରେ ଅଛି।’ ତାଙ୍କର ଏହି ଭିଡିଓ ପୋଷ୍ଟ ହେବା ପରେ ୨ଲକ୍ଷରୁ ଅଧିକ ଲୋକେ ଦେଖିସାରିଥିବା ବେଳେ ପାଖାପାଖି ୨୦ହଜାର ଲାଇକ୍ ମିଳିସାରିଛି।

ଜମସେର୍ ରାତି ୧୨ଟା ବେଳେ ପାନିପତ୍ ସେକ୍ଟର-୬ରୁ ଦୌଡ଼ିବା ଆରମ୍ଭ କରିଥିଲେ ଏବଂ ୬୨.୪ କିଲୋମିଟର୍ ଦୌଡ଼ିବା ପାଇଁ ୭ ଘଣ୍ଟା ୩୨ ମିନିଟ୍‌ ସମୟ ନେଇଥିଲେ। ୨୦୧୦ରେ ସେ ଯେତେବେଳେ ଅସୁସ୍ଥ ଥିଲେ, ଡାକ୍ତର ତାଙ୍କୁ ଦୌଡ଼ିବା ପାଇଁ ପରାମର୍ଶ ଦେଇଥିଲେ। ଯାହାପରଠାରୁ ସେ ଏହି ଧାରା ବଜାୟ ରଖିଛନ୍ତି। ଦୌଡ଼ିବା ଦ୍ୱାରା ହାର୍ଟ ସୁସ୍ଥ ରହିବା ସହ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ଭାବେ ହୋଇଥାଏ ବୋଲି ସମସେର୍ କରିଛନ୍ତି। ସମସେର୍ ମଧ୍ୟ ଅନେକ ମାରାଥନରେ ଅଂଶଗ୍ରହଣ କରିସାରିଛନ୍ତି।

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like