Work from Home ରେ ଖୁସି ୬୨ ପ୍ରତିଶତ କର୍ମଚାରୀ :  କାମରେ ସ୍ୱାଧିନତା ମିଳିଲେ କମ ଦରମାରେ କାମ କରିବାକୁ ପ୍ରସ୍ତୁତ

ଅଧ୍ୟୟନରୁ ହେଲା ଖୁଲାସା

ନୂଆଦିଲ୍ଲୀ:  ଅଫିସରେ କାମ କରିବା ବଦଳରେ ଘରେ କାମ କରି ଖୁସି ଅଛନ୍ତି ୬୨ ପ୍ରତିଶତ କର୍ମଚାରୀ । କରୋନା ସଂକ୍ରମଣ ପୁଣି ବଢ଼ି ଚାଲିଥିବା ବେଳେ ପ୍ରାୟ କର୍ମଚାରୀ ଘରୁ କାମ କରୁଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ କମ୍ପାନୀ କର୍ମଚାରୀଙ୍କୁ Work from Homeର ସୁବିଧା ଦେଉଛନ୍ତି। ତେବେ କରୋନା କାଳରେ Work from Homeରେ କେତେ କର୍ମଚାରୀ ଖୁସି, ସେ ସମ୍ପର୍କରେ ଏକ ସର୍ଭେ କରାଯାଇଥିଲା । ଆଉ ରିପୋର୍ଟ ଅନୁସାରେ ଅଫିସ ନଯାଇ ଘରେ କାମ କରିବାକୁ ଅଧିକ ପସନ୍ଦ କରୁଛନ୍ତି କର୍ମଚାରୀ ।

ସର୍ଭେରେ ସାମିଲ ହୋଇଥିବା ୬୨ ପ୍ରତିଶତ କର୍ମଚାରୀ କହିଛନ୍ତି, ଘରେ କାମ କରି ସେମାନେ ଖୁସି ଅଛନ୍ତି। ଚାପମୁକ୍ତ ହୋଇ ଘରେ ଭଲରେ କାମ କରିପାରୁଛନ୍ତି। ଅନ୍ୟପଟେ ପାଖାପାଖି ୫୬ ପ୍ରତିଶତ କର୍ମଚାରୀଙ୍କ  ଅନୁସାରେ ଅଫିସ ଠାରୁ ଦୂରରେ ରହି ଅଧିକ ଭଲଭାବେ  ଘରେ କାମ ହୋଇପାରୁଛି। ଘର କାମ ସହ ଅଫିସ କାମ ସହଜରେ ହୋଇପାରୁଛି। ଅନ୍ୟପଟେଘରେ କାମ କରିବା ଫଳରେ ଆଠ ଘଣ୍ଟିଆ ସିପ୍ଟରେ ଅଧିକ କାମ କରପାରୁଛି ବୋଲି ୬୧ ପ୍ରତିଶତ କର୍ମଚାରୀ ମତ ଦେଇଛନ୍ତି । ଲଗମିନ୍ ଦ୍ୱାରା ପରିଚାଳିତ ଅଧ୍ୟୟନ ଅନୁସାରେ ଏପରି ତଥ୍ୟ ସାମ୍ନାକୁ ଆସିଛି। 

ସେହିପରି ସର୍ବେକ୍ଷଣ ୱାର୍କ ଫ୍ରମ୍ ହୋମରେ କର୍ମଚାରୀମାନେ ଅଧିକ ପ୍ରଡ଼କ୍ଟିଭ୍ କାମ କରିପାରୁଥିବା ୫ ପ୍ରତିଶତ କର୍ମଚାରୀ ମତ ଦେଇଛନ୍ତି । ପ୍ରାୟ ୭୦ ପ୍ରତିଶତ କହିଛନ୍ତି, କର୍ମଚାରୀମାନେ ଅଫିସରେ ଅଧିକ ଭରସାଯୋଗ୍ୟ ଭାବରେ କାମ କରନ୍ତି । ଅଫିସରେ ସ୍ୱାଧିନତା ମିଳିଲେ କମ୍ପାନୀରେ କର୍ମଚାରୀ ମାନେ ଅଧିକ ଦିନ ରହିବାର ସମ୍ଭାବନା ଥାଏ ବୋଲି ୮୩ ପ୍ରତିଶତ କର୍ମଚାରୀ ବିଶ୍ୱାସ କରନ୍ତି ।

କମ୍ ଦରମାରେ ମଧ୍ୟ କାମ କରିବାକୁ ପ୍ରସ୍ତୁତ

ସ୍ୱାଧୀନ ଭାବେ କାମ କରିବାକୁ ଅନୁମତି ମିଳିଲେ, ସ୍ୱଳ୍ପ ବେତନରେ ମଧ୍ୟ କାମ କରିବାକୁ ପ୍ରସ୍ତୁତ ଥିବା ୬୦ ପ୍ରତିଶତ କର୍ମଚାରୀ ମତ ଦଇଛନ୍ତି।  ଦୁଇଟି ଅନଲାଇନ୍ ସର୍ଭେ କରିବା ପରେ ଏହି ତଥ୍ୟ ମିଳିଛି।

ଆହୁରି ପଢନ୍ତୁ : ପୁଣି ଉପରମୁହାଁ କରୋନା ମିଟର: ୨୪ ଘଣ୍ଟାରେ ୬୨,୨୫୮ ସଂକ୍ରମିତ , ୨୯୧ ମୃତ

You might also like