ଜନଜାତିଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଲେ; ସମାଧି ଖୋଳି ଶବ ଫେରାଇଲେ ସରକାର

କ୍ୱିଟୋ: କରୋନାରେ ମୁଖିଆଙ୍କ ମୃତ୍ୟୁ ପରେ ଶବ ଫେରାଇ ନେବାକୁ ଦାବି କରି ୬ ଜଣଙ୍କୁ ଅପହରଣ କରିଥିଲେ ଜନଜାତି ସମ୍ପ୍ରଦାୟର ଲୋକେ। ଲାଟିନ୍ ଆମେରିକୀୟ ଦେଶ ଇକ୍ୟୁଏଡର୍‌ର ଆମାଜନରେ ରହୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକେ ଏହି କାଣ୍ଡ ଘଟାଇଥିଲେ।

ଶୁକ୍ରବାର ପେରୁଭିଆନ୍‌ ବୋର୍ଡର ନିକଟସ୍ତ କୁମେ ଗାଁରେ ଦୁଇ ପୁଲିସ୍ ଅଫିସର ଦୁଇ ସୈନିକ ଓ ଦୁଇ ସ୍ଥାନୀୟ ବାସିନ୍ଦାକୁ ଅପହରଣ କରି ନେଇ ବଦଳରେ ମୁଖିଆଙ୍କ ଶବ ମାଗିଥିଲେ। ଶବ ହସ୍ତାନ୍ତର କରିବା ପରେ ୬ ଜଣଙ୍କୁ ଛାଡ଼ି ଦେଇଥିଲେ ବୋଲି  ଶନିବାର ଇକ୍ୟୁଏଡର୍ ସରକାରଙ୍କ ପକ୍ଷରୁ କୁହାଯାଇଛି।

ତେବେ କରୋନା ଗାଇଡ୍‌ ଲାଇନ୍‌ ଅନୁସାରେ ମୁଖିଆଙ୍କ ମୃତ୍ୟୁ ହେବା ପରେ ତାଙ୍କ ଶବକୁ ସାମାଧି ଦିଆଯାଇଥିଲା। କିନ୍ତୁ ପରେ ଅଦିବାସୀମାନେ ମୁଖିଆଙ୍କ ଶବ ମାଗିବାରୁ ବାଧ୍ୟ ହୋଇ କବର ଖୋଳି ମୁଖିଆଙ୍କ ଶବ ବାହାର କରାଯାଇଥିଲା ଓ ସେମାନଙ୍କୁ ହସ୍ତାନ୍ତର କରାଯାଇଥିଲା।

ଇକ୍ୟୁଏଡର୍‌ର ମନ୍ତ୍ରୀ ମାରିଆ ପଓଲା ରୋମୋ ଏ ନେଇ ଟ୍ୱିଟର୍‌ରେ ସୂଚନା ଦେଇ କହିଛନ୍ତି, ପାଖାପାଖି ୬୦୦ ଲୋକ ଏହି ଅପହରଣ କରିଥିଲେ। ପୁଲିସ ସାହାଯ୍ୟରେ ତାଙ୍କ ମୁଖିଆଙ୍କ ଶବ ମାଟି ତଳୁ ଉଦ୍ଧାର କରାଯାଇ କୁମେ ଗାଁକୁ ଦିଆଯାଇଥିଲା ବୋଲି ସେଠାକାର ପୁଲିସ କହିଛି।

ଇକ୍ୟୁଏଡର୍ ହେଉଛି ଏକ ଲାଟିନ୍‌ ଆମେରିକୀୟ ଦେଶ। ଭୟଙ୍କର ଭାବେ ଏଠି ତାଣ୍ଡବ ରଚିଛି କରୋନା ଭାଇରସ୍‌। ଏହି ଦେଶରେ ୬୧ ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ ପାଖାପାଖି ୪,୮୦୦ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।

ଆହୁରି ପଢ଼ନ୍ତୁ

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

You might also like