ବିଜେପିରେ ସାମିଲ୍ ହେଲେ ୬୦ ଟିଡିପି ନେତା

ହାଇଦ୍ରାବାଦ: ତେଲେଙ୍ଗାନାରେ ତେଲଗୁ ଦେଶମ ପାର୍ଟି (ଟିଡିପି)କୁ ଜବରଦସ୍ତ ଝଟକା!  ଟିଡିପିର ୬୦ ପ୍ରମୁଖ ଜାତୀୟ, ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ୧ ହଜାରରୁ ଅଧିକ ଟିଡିପି କର୍ମୀ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି। ଗତକାଲି ବିଜେପି କାର୍ଯ୍ୟକାରିଣୀ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ଟିଡିପି ନେତା ଓ କର୍ମୀମାନେ ବିଜେପିରେ ସାମିଲ ହୋଇଛନ୍ତି।

ଆଗାମୀ ଦିନରେ ବିଜେପି ଏହି ରାଜ୍ୟରେ ଭଲ ପ୍ରଦର୍ଶନ କରିବ ବୋଲି ଜୁନରେ ଟିଡିପି ଛାଡ଼ି ବିଜେପିରେ ଯୋଗ ଦେଇଥିବା ପ୍ରମୁଖ ନେତା ଲଙ୍କା ଦିନାକର କହିଛନ୍ତି। ଏହି ସମସ୍ତ ନେତା କେନ୍ଦ୍ର ସରକାରଙ୍କ ତିନି ତଲାକ ଏବଂ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସମର୍ଥନ ଜଣାଇ ବିଜେପିରେ ମିଶିଥିବା ଦିନାକର କହିଛନ୍ତି।

ଚଳିତ ବର୍ଷ ଡିସେମ୍ୱର ୩୧ ସୁଦ୍ଧା ବିଜେପିର ଜାତୀୟ ସଭାପତି ଚୟନ ହେବ। ଏହା ପୂର୍ବରୁ ଆସନ୍ତା ମାସରେ ୮ ଲକ୍ଷ ବୁଥ୍, ଅକ୍ଚୋବରରେ ମଣ୍ଡଳ ନିର୍ବାଚନ ଏବଂ ନଭେମ୍ୱରରେ ଜିଲ୍ଲା ନିର୍ବାଚନ ହେବ। ଡିସେମ୍ୱର ୧୫ ସୁଦ୍ଧା ସମସ୍ତ ରାଜ୍ୟରେ ବିଜେପିର ନିର୍ବାଚନ ଶେଷ ହେବ। ଏହାପରେ ଜାତୀୟ ସଭାପତି ଘୋଷଣା ହେବ ବୋଲି କାର୍ଯ୍ୟକାରିଣୀ ସଭାପତି ଜେପି ନଡ୍ଡା ପ୍ରତିକ୍ରିୟାରେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଲୋକସଭା ନିର୍ବାଚନରେ ବିଜେପି ସମସ୍ତ ରାଜ୍ୟରେ ଭଲ ପ୍ରଦର୍ଶନ କରିଥିବା ବେଳେ ଦକ୍ଷିଣ ରାଜ୍ୟ ଗୁଡ଼ିକରେ ସନ୍ତୋଷଜନକରୁ ବି ଖରାପ ପ୍ରଦର୍ଶନ କରିଛି। ଏହାପରେ ଦକ୍ଷିଣରେ ଥିବା ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଓ କେରଳ ଆଦି ରାଜ୍ୟରେ ବିଜେପି ଶକ୍ତି ବୃଦ୍ଧି ପାଇଁ ଉଦ୍ୟମ ଚଳାଇଛି।

ମୁଖ୍ୟତଃ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱ ଫେଲ୍ ମାରିଛି। ଏହାପରେ ଚନ୍ଦ୍ର ବାବୁ ନାଇଡୁଙ୍କ ଦଳ ଟିଡିପିର ଅଧିକାଂଶ ନେତା ଏବେ ବିଜେପି ମୁହାଁ ହୋଇଛନ୍ତି। ନିକଟରେ ଜୁନ ୨୦ରେ ମଧ୍ୟ ଟିଡିପିର ୪ ରାଜ୍ୟସଭା ସାଂସଦ ବିଜେପିରେ ସାମିଲ୍ ହୋଇଥିଲେ।

ଆହୁରି ପଢ଼ନ୍ତୁ

୨୦୧୯ରେ ୨୦୫୦ ଥର ଅସ୍ତ୍ରବିରତୀ ଉଲ୍ଲଙ୍ଘନ କଲାଣି ପାକିସ୍ତାନ; ଗଲାଣି ୨୧ ଜୀବନ

ପାକିସ୍ତାନ ବିରୋଧରେ ମିଛ ପ୍ରଚାର କରୁଛନ୍ତି ଭାରତ ସରକାର; ଶରଦ ପାୱାର୍

ନଦୀରେ ବୁଡ଼ିଗଲା ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ମୋଟର୍ ଲଞ୍ଚ୍

ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନ ହାରିବ: ଇମ୍ରାନ ଖାନ୍

ଚଳନ୍ତା ଗାଡ଼ିରେ ଏମିତି ଟାୟାର ବଦଳାଇଲେ ଯୁବକ, ଭିଡିଓ ଭାଇରାଲ

ପୂଜା ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଭେଟି

ଓସାମା ବିନ୍ ଲାଡେନ୍‌ ପୁଅ ହମଜା ବିନ୍ ଲାଡେନ ନିହତ

ନୂଆ ଅସ୍ତ୍ରଶସ୍ତ୍ର ଓ ଉପକରଣ ଲାଗି ୪୦ ହଜାର କୋଟି ଦାବି କଲା ବାୟୁସେନା

ସନ୍ଧାନୀ କୁକୁର ‘ଡଚ୍‌’କୁ ଭାରତୀୟ ସେନାର ଶ୍ରଦ୍ଧାଞ୍ଜଳି

ତୈଳ କମ୍ପାନୀ ଉପରେ ଡ୍ରୋନ୍‌ ଆକ୍ରମଣ

ଏମିତି ବି ଆସେ ମୃତ୍ୟୁ: ନାଗିନ୍‌ ଡ୍ୟାନ୍ସ କରୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ

ଭାରତରେ ହେବ ଶପିଂ ଫେଷ୍ଟିଭାଲ

You might also like