ରାସ୍ତା ଉପରେ ମା’ର ରକ୍ତ ଜୁଡୁବୁଡୁ ଶରୀର ଦେଖି କାନ୍ଦୁଥିଲା କୁନି ଝିଅ, ଦେଖୁଥିଲେ ଲୋକେ…

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରରୁ ଏକ ହୃଦୟ ଥରାଇ ଦେବା ଭଳି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।   ଭିଡିଓଟିକୁ ଦେଖିଲେ ଆପଣ ବି ମନ ବି କିଛି ସମୟ ପାଇଁ ଉଦାସ ହୋଇଯିବ। ଆଖିପତା ଓଦା ହୋଇଯିବ। ହେଲେ ଆଶ୍ଚର୍ଯ୍ୟର କଥା, ସେଠାରେ ଉପସ୍ଥିତ ଥିବା ଲୋକଙ୍କ ହୃଦୟ ତରଳି ନ ଥିଲା। ଆଖି ସାମ୍ନାରେ ମା’ର ମୃତ୍ୟୁକୁ ଦେଖି ବିକଳ ହୋଇ କାନ୍ଦୁଥିଲା କୁନି ଝିଅଟିଏ। ସମସ୍ତେ ଏହି ଦୃଶ୍ୟକୁ ଦେଖୁଥିଲେ। ହେଲେ କେହି ଜଣେ ବି ରକ୍ତରେ ଜୁଡୁବୁଡୁ ଯାଇଥିବା ମହିଳାଙ୍କୁ ଡାକ୍ତରଖାନା ନେଇ ଯିବାକୁ ଚେଷ୍ଟା କରି ନ ଥିଲେ। ସତେ ଯେମିତି କୁନି ଝିଅର କାନ୍ଦ ତାଙ୍କ ମନକୁ ଛୁଇଁ ପାରୁ ନ ଥିଲା ! ଲାଗୁଥିଲା, ଯେମିତି ଏଇ ମଣିଷଙ୍କ ଭିତରୁ ମଣିଷପଣିଆ ମରି ଯାଇଥିଲା ।

ଘଟଣାଟି ଇନ୍ଦୋରର ଲସୁଡିଆ ଥାନା ଅନ୍ତର୍ଗତ  ଜ୍ଞାନଶୀଳ କଲୋନୀର । ଜଣେ ମହିଳାଙ୍କୁ ତାଙ୍କର ଛୋଟ ଝିଅ ସାମ୍ନାରେ ଅତି ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ, ମହିଳାଙ୍କୁ ତାଙ୍କ ପ୍ରେମିକ ଫୋନ କରି ଏକ ଖାଲି ପଡ଼ିଆକୁ ଡାକିଥିଲେ। ତାଙ୍କ ସହ ଆସିଥିବା ଅନ୍ୟ ୨ ଜଣ ମହିଳାଙ୍କ ତଣ୍ଟି କାଟି ଦେଇ ପଳାଇ ଯାଇଥିଲେ।

ରକ୍ତ  ଜୁଡୁବୁଡୁ ମହିଳାଜଣକ ଏକ ଦୋକାନ ନିକଟକୁ ଦୌଡ଼ି ପଳାଇ ଆସିଥିଲେ। ଦୋକାନର ପାହାଚ ଉପରେ ବସି ପଡ଼ିଥିଲେ। ହେଲେ ତାଙ୍କୁ ସାହାଯ୍ୟ କରିବା ପାଇଁ କେହି ଆସି ନ ଥିଲେ। ଏହା ପରେ ମହିଳାଜଣକ ପାହାଚରୁ ତଳକୁ ଗଳି ପଡ଼ିଥିଲେ। ପାଖରେ ଛିଡ଼ା ହୋଇଥିଲା କୁନି ଝିଅ। ସେ ମା’ର ରକ୍ତାକ୍ତ ଶରୀରକୁ ଦେଖୁଛି…ତା’ ପରେ ଉପସ୍ଥିତ ଲୋକଙ୍କ ଆଡକୁ ଟିକିଏ ଚାହୁଁଛି। ବୋଧହୁଏ କିଛି ସାହାଯ୍ୟ ଆଶାରେ ଆଉ ବିକଳ ହୋଇ କାନ୍ଦୁଛି। ହେଲେ ଦୁଃଖର କଥା… କେହି ଜଣେ ବି ସାହାଯ୍ୟ କରିବା ପାଇଁ ଆଗେଇ ଆସୁନାହାନ୍ତି।

ଏମିତି କିଛି ସମୟ କଟିଯିବା ପରେ ଘଟଣାସ୍ଥଳରେ ଲସୁଡ଼ିଆ ଥାନା ପୋଲିସ ପହଞ୍ଚିଥିଲା। ପୀଡିତାଙ୍କୁ ଡାକ୍ତରଖାନା ନେଇ ଥିଲେ। ହେଲେ ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ।

ଜାଣିବାକୁ ମିଳିଛି, ୨୬ ବର୍ଷୀୟ ଯୁବତୀ ଜଣକ ପ୍ରେମିକଙ୍କୁ ଦେଖା କରିବା ପାଇଁ ଯାଇଥିଲେ। କୌଣସି ଘଟଣାକୁ ନେଇ ପ୍ରେମିକଙ୍କ ସହ ତାଙ୍କର ଝଗଡ଼ା ହୋଇଗଲା। ପ୍ରେମିକ ତାଙ୍କ ସାଙ୍ଗମାନଙ୍କ ସହ ମିଶି ଯୁବତୀଙ୍କ ଗଳାକାଟି ଦେଇଥିଲେ। ଏହା ପରେ ମହିଳାଙ୍କୁ ଛାଡ଼ି ପଳାଇ ଯାଇଥିଲେ। ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଛାନଭିନ ଆରମ୍ଭ କରି ଦେଇଛି। ଏଥିସହିତ ମହିଳାଙ୍କ କଲ୍‌ ଡିଟେଲ ବାହାର କରି ଛାନଭିନ୍‌ କରୁଛନ୍ତି।

 

You might also like