ବର୍ବର..ଅମାନବୀୟ.. ୬ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ଆଖିଫୁଟାଇ ଦେଲେ

ଭୋପାଳ: ୬ବର୍ଷର ଶିଶୁକୁ ବଳାତ୍କାର। ଖାଲି ବଳାତ୍କାର ନୁହେଁ, ବଳାତ୍କାର ପରେ ଶିଶୁର ଆଖିକୁ ପୁଟାଇ ଦେଇଛନ୍ତି ଦୁର୍ବୃତ୍ତ। ଏମିତି ଏକ ବର୍ବର, ଅମାନବୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ଅପରାହ୍ନରେ ୬ ବର୍ଷର ଶିଶୁଟି ଘର ସାମ୍ନାରେ ଅନ୍ୟ ପିଲାଙ୍କ ସହ ଖେଳୁଥିଲା। କେତେକ ଅଚିହ୍ନା ଲୋକ ଆସି ତାକୁ ଉଠାଇ ନେଇଥିଲେ। ଶିଶୁର ଘର ପାଖରେ ଏପରି ଘଟଣା ଘଟିଥିଲେ ହେଁ କେହି ଜାଣି ପାରି ନ ଥିଲେ । ଗତ କାଲି ସକାଳେ ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରାଯାଇ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଶିଶୁଟିକୁ ବଳାତ୍କାର କରାଯିବା ସହ ତା’ର ଆଖିରେ ଗଭୀର ଆଘାତ ଲାଗିଛି। ଏ ନେଇ କେତେକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ପୋଲିସ ଶିଶୁକନ୍ୟା ଓ ତାର ପରିବାର ଲୋକଙ୍କୁ ନେଇ ଜବଲପୁର ଯାଇଛି ଯେଉଁଠି ଶିଶୁଟିର ଆଖି ଚିକିତ୍ସା କରାଯାଇ ପାରିବ।

ତେବେ କରୋନା ଭାଇରସ ପାଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବାବେଳେ ଏପରି ଏକ ଘଟଣାକୁ ନେଇ ଖାଲି ମଧ୍ୟପ୍ରଦେଶ ନୁହେଁ, ସାରା ଦେଶରେ ନିନ୍ଦା କରାଯାଉଛି। ପୋଲିସ ଦୁର୍ବୃତ୍ତଙ୍କ ସମ୍ପର୍କରେ ତଥ୍ୟ ଦେବା ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

 

ଆହୁରି ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

ସାମ୍ନାକୁ ଆସିଲା ଆଉ ଏକ ଭାଇରସ୍‌: ଭାରତରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା

ହାଥରସ ଗଣଦୁଷ୍କର୍ମ ମାମଲା; ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଛନ୍ତି ପ୍ରିୟଙ୍କା-ରାହୁଲ

ରିୟାଙ୍କ ଘରୁ ମିଳିଲା ଏମିତି ଜିନିଷ, ହୋଇପାରେ ୧୦ ବର୍ଷ ଜେଲ୍‌

ହାଥରସ୍‌ ଘଟଣାର ପୁନରାବୃତ୍ତି: ଦୁଷ୍କର୍ମ ପରେ ମରଣାନ୍ତକ ଆକ୍ରମଣ, ଆଖି ବୁଜିଲେ ଛାତ୍ରୀ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

You might also like