ରଖେ ହରି ତ ମାରେ କିଏ: ୨୦୦ ଫୁଟ୍‌ ଗାତରୁ ଉଦ୍ଧାର ହେଲା ୬ ବର୍ଷର ବାଳକ

ମୁମ୍ବାଇ: କଥାରେ ଅଛି ରଖେ ହରି ତ ମାରେ କିଏ। ମହାରାଷ୍ଟ୍ରର ଏକ ଗାଁରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ୨୦୦ ଫୁଟ୍‌ ଗଭୀର ଗାତରୁ ସୁରକ୍ଷିତ ଅବସ୍ଥାରେ ଏକ ୬ ବର୍ଷର ବାଳକକୁ ଉଦ୍ଧାର କରାଯାଇଛି।

ଏନ୍‌ଡିଆର୍‌ଏଫ୍‌ ଟିମ୍ ଓ ପୁଲିସ୍‌ର ଦୀର୍ଘ ୧୬ ଘଣ୍ଟାର ଅପରେସନ୍ ପରେ ବାଳକଟିକୁ ଉଦ୍ଧାର କରାଯାଇଥିଲା।

ଗତକାଲି ସନ୍ଧ୍ୟା ୫ଟାରେ ଖେଳୁଥିବା ବେଳେ ନଳକୂପ ପାଇଁ ଖୋଳାଯାଇଥିବା ଗାତରେ ଶିଶୁଟି ଖସି ପଡ଼ିଥିଲା। ସଙ୍ଗେ ସଙ୍ଗେ ଏନ୍‌ଡିଆର୍‌ଏଫ୍‌ ଟିମ୍ ଓ ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

You might also like