ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁଓ କାଶ୍ମୀରର ପୁଲୱାମା ଜିଲ୍ଲା ଟ୍ରାଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ପାଖରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ଗୁଇନ୍ଦା ସୂଚନା ମିଳିବା ପରେ ଅରମପୋରା ଗାଁକୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ। ତଲାସୀବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ସୁରକ୍ଷାକର୍ମୀ ଜବାବୀ ଆକ୍ରମଣରେ ଆତଙ୍କବାଦୀ ନିହତ ହୋଇଛନ୍ତି।

ମୃତ ଆତଙ୍କବାଦୀଙ୍କ ମଧ୍ୟରେ କାଶ୍ମୀରର କୁଖ୍ୟାତ ଆତଙ୍କବାଦୀ ଜାକିର ମୁସାର ସହଯୋଗୀ ରହିଛି। ମୃତ ଆତଙ୍କବାଦୀମାନେ ଗଜୱତ ଅଲ୍ ହିନ୍ଦ୍ ସଂଗଠନ ସହ ଜଡ଼ିତ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ଜାକିର ମୁସା ଏବେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପର ନେତୃତ୍ୱ ନେଉଥିବା ସୂଚନା ରହିଛି।

You might also like