ସକାଳୁ ସକାଳୁ ଭୂକମ୍ପରେ ଥରିଲା ଆସାମ: ବିହାର, ଉତ୍ତର ବଙ୍ଗ, ପୂର୍ବ ଭାରତରେ ଝଟ୍‌କା

ଦିଶପୁର: ଆସାମରେ କେତେକ ଅଞ୍ଚଳରେ ଭୟଙ୍କର ଭୁକମ୍ପ ଅନୁଭୂତ ହୋଇଛି। ଆଜି ସକାଳ ୮ଟାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଭୂମିକମ୍ପ ବୋଲି ଜାଣିବା ପରେ ଲୋକେ ଘରୁ  ନିରାପଦ ସ୍ଥାନକୁ ବାହାରି ଆସିଥିଲେ। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ବୁଧବାର ସକାଳେ ତେଜପୁର ନିକଟରେ ଏହି ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ୬.୪ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ବୋଲି କୁହାଯାଉଛି।

ମିଳିଥିବା ତଥ୍ୟ ଅନୁଯାୟୀ, ଆସାମର ତେଜପୁରର ୪୩ କିଲୋମିଟର ପଶ୍ଚିମରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଭାରତୀୟ ସମୟ ୭.୫୧ରେ ଭୂପୃଷ୍ଠରୁ ୧୭  କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଛି। ଏହା ଥିଲା ପ୍ରଥମ ଝଟ୍‌କା। ଏହାଠାରୁ  ବଡ ଭୂକମ୍ପ  ପ୍ରାୟ ୭.୫୫ରେ ଅନୁଭୂତ ହୋଇଥିଲା ଏବଂ ଏହାର କିଛି ମିନିଟ୍ ପରେ ଆଉ ଦୁଇଟି କମ୍ପନ ଅନୁଭୂତ ହେଲା । ଭୂକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ରାଜ୍ୟର ଅନେକ ଅଟ୍ଟାଳିକାରେ ଫାଟ ସୃଷ୍ଟି ହୋଇଥିବା ଖବର ଆସିଥିଲା।

ସେହିପରି ଉତ୍ତର ବେଙ୍ଗଲର ଦାର୍ଜିଲିଂରେ ମଧ୍ୟ ଭୂକମ୍ପର ଛଟକା ଲୋକେ ଅନୁଭବ କରିଥିଲେ। ସେହିପରି ଅରୁଣାଚଳ ପ୍ରଦେଶର ଇଟାନଗରରେ ମଧ୍ୟ ବଡ ଧରଣର ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା।

 

ଏହାପୂର୍ବରୁ ଏପ୍ରିଲ ୫ ତାରିଖ ସିକ୍କିମରେ ଭୂକମ୍ପ ଅନୁଭୂତ ହୋଇଥିଲା।  ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୫.୪ ଥିଲା।

 

You might also like