୬ ଓଡ଼ିଆ ପାଇବେ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ: ୨୦୨୧ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥର ୭ ଜଣଙ୍କୁ ମିଳିବ ପଦ୍ମ ବିଭୂଷଣ ପୁରସ୍କାର ମିଳିବ। ସେହିପରି ୧୦ ଜଣଙ୍କୁ ପଦ୍ମ ଭୂଷଣ, ୧୦୨ ଜଣଙ୍କୁ ମଳିବ ପଦ୍ମଶ୍ରୀ ମିଳିବ। ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପଦ୍ମ ବିଭୂଷଣ ପାଇବେ। ସାହିତ୍ୟ ଓ ଶିକ୍ଷା ଲାଗି ରଜତ କୁମାର କର ପଦ୍ମଶ୍ରୀ ପାଇବେ। ସାହିତ୍ୟ ଓ ଶିକ୍ଷା ଲାଗି ନନ୍ଦ ପୃଷ୍ଟି ପଦ୍ମଶ୍ରୀ ପୁରସ୍କାର ପାଇବେ। ସମାଜ ସେବା ଲାଗି ଶାନ୍ତି ଦେବୀ, କଳା ଲାଗି ପୂଣ୍ଣମାସୀ ଜାନିଙ୍କୁ ପଦ୍ମଶ୍ରୀ ମିଳିବ। ସେହିପରି ମେଡିସିନ୍ ପାଇଁ ଓଡ଼ିଶାର ଡ. କୃଷ୍ଣ ମୋହନ ପାଠୀ ପଦ୍ମଶ୍ରୀ ପାଇବେ।

୨୦୨୧ ବର୍ଷ ପାଇଁ ୬ ଓଡ଼ିଆ ପାଇବେ ପଦ୍ମ ପୁରସ୍କାର:
ଜଣଙ୍କୁ ପଦ୍ମ ବିଭୂଷଣ ଓ ୫ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ
ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ- ପଦ୍ମ ବିଭୂଷଣ
ସାହିତ୍ୟ ଓ ଶିକ୍ଷା- ରଜତ କୁମାର କର, ନନ୍ଦ ପୃଷ୍ଟି- ପଦ୍ମଶ୍ରୀ
ସମାଜ ସେବା -ଶାନ୍ତି ଦେବୀ-ପଦ୍ମଶ୍ରୀ
କଳା- ପୂଣ୍ଣମାସୀ ଜାନି -ପଦ୍ମଶ୍ରୀ
ମେଡିସିନ୍- ଡ. କୃଷ୍ଣ ମୋହନ ପାଠୀ- ପଦ୍ମଶ୍ରୀ

 

ଏହି ପୁରସ୍କାରରେ କେବଳ ମୁ ନୁହେଁ ସାରା ଦେଶ ଖୁସି। ଭାରତରେ ଅନେକ କଳାପ୍ରେମୀ ଅଛନ୍ତି। ଯେଉଁମାନେ କଲାକୁ ବଞ୍ଚାଇ ରଖିଛନ୍ତି। ମୁଁ କଳା କାରିଗରୀ ଶିଖିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲି। ଯେମିତି ଅନ୍ୟମାନେ ଅସୁବିଧା ନଭୋଗନ୍ତୁ ଏହା ମୁଁ ଚାହୁଁଛି। କଳାକେନ୍ଦ୍ର ପ୍ରତିଷ୍ଠା ଓ ମୋ କଳାକୃତିକୁ ସ୍ୱୀକୃତି ଦେବାନେଇ ମୁଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଚିର ଋଣୀ।
You might also like