ଅରୁଣାଚଳ ପ୍ରଦେଶରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୬ ଆତଙ୍କୀ ନିହତ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ୬ ଜଣ ଉଗ୍ରବାଦୀଙ୍କୁ ଆସାମ ରାଇଫଲ୍ସ ଓ ଅରୁଣାଚଳ ପୋଲିସର  ନିପାତ କରିଛନ୍ତି। ନିହତ ମାଓବାଦୀଙ୍କ ନିକଟରୁ ବିପୁଳ ପରିମାଣର ଗୁଳିଗୋଳା ଜବତ କରାଯାଇଛି। ଜବତ ଗୁଳିଗୁଳାକୁ ଦେଖି ଅନୁମାନ କରାଯାଉଛି, ମାଓବାଦୀମାନେ ଏକ ବଡ଼ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲେ। ଆସାମ ରାଇଫଲ୍ସ ଓ ଅରୁଣାଚଳ ପୋଲିସର ଏହି ମିଳିତ ଅପରେସନରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆସାମ ରାଇଫଲ୍ସକୁ ଗୁପ୍ତଚର ଖବର ମିଳିଥିଲା ଯେ, ପୂର୍ବ ତିନ୍‌ସୁକିଆଠାରୁ ୫୦ କିମି ଦୂର ଏନ୍‌ଗିନୁ ଗାଁରେ କିଛି ଉଗ୍ରବାଦୀ ଲୁଚି ରହିଛିନ୍ତି।  ଏହି ସୂଚନାକୁ ଆଧାରରେ  ଆସାମ ରାଇଫଲ୍ସ ଦୁଇଟି ଦଳ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

ଉଭୟ ଦଳ ସକାଳ ପ୍ରାୟ  ସାଢେ ଚାରିଟାରେ ମାଓବାଦୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ସମୟ ମଧ୍ୟରେ 6 ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ନିହତ ଉଗ୍ରବାଦୀ NSCN-IMର ବୋଲି କୁହାଯାଉଛି।

 

You might also like