ଇନ୍ଧନ ଭର୍ତ୍ତି ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ, ୬ ନୌସେନା ସଦସ୍ୟ ନିଖୋଜ

ୱାଶିଂଟନ୍‌: ଜାପାନ୍‌ ତଟବର୍ତ୍ତୀ ଅଞ୍ଚଳରେ ୨ ଆମେରିକୀୟ ଯୁଦ୍ଧ ବିମାନ ମଝି ଆକାଶରେ ଇନ୍ଧନ ଭର୍ତ୍ତି କରିବା ଅଭ୍ୟାସ ଚଳାଇଥିବା ବେଳେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୬ ଜଣ ଆମେରିକୀୟ ନୌବାହିନୀ ସଦସ୍ୟ ନିଖୋଜ ଅଛନ୍ତି।

ନିଖୋଜ ନୌବାହିନୀ ସଦସ୍ୟଙ୍କୁ ଉଦ୍ଧାର କରିବା ଲାଗି ଆମେରିକା ଓ ଜାପାନ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି। ନୌବାହିନୀ ସଦସ୍ୟ ରେଗୁଲାର୍‌ଲି ସିଡ୍ୟୁଲ୍‌ ଟ୍ରେନିଂ ଚାଲୁ ରଖିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ସମୟ ଭୋର ୨ଟା ସମୟରେ ଏହି ଘଟଣା ଘଟିଥିଲା।

ଦୁଇଟି ବିମାନ ମଧ୍ୟରୁ ଏଫ୍‌/ଏ-୧୮ ଫାଇଟର୍‌ ଜେଟ୍‌ରେ ୩ଜଣ କ୍ରୁ ମେମ୍ବର ଓ କେସି-୧୩୦ ରେ ୫ଜଣ କ୍ରୁ ମେମ୍ବର ଥିଲେ। ତେବେ ମଝି ଆକାଶରେ ଇନ୍ଧନ ଭର୍ତ୍ତି କରିବା ଅଭ୍ୟାସ ଚାଲିଥିବା ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଦକ୍ଷିଣ-ପଶ୍ଚିମ ଜାପାନର ମୁରଟୋର ୧୦୦ କି.ମି. ଦୂରରେ ସମୁଦ୍ରକୁ ଖସି ପଡ଼ିଥିବା ଜଣାପଡ଼ିଛି। ୭ ଜଣଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ଜଣଙ୍କୁ ଉଦ୍ଧାର କରାଯାଇଛି।

You might also like