ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୬ କର୍ମଚାରୀ କରୋନା ପଜିଟିଭ
ନୂଆଦିଲ୍ଲୀ:ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି (Enforcement Directorate)ର ୬ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ତେଣୁ ଇଡି ମୁଖ୍ୟାଳୟକୁ ୨ ଦିନ ପାଇଁ ସିଲ କରାଯାଇଛି। ଏହି ୬ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୧୦ ଜଣଙ୍କୁ କ୍ୱାରେଣ୍ଟିନ୍ରେ ରଖାଯାଇଛି।
ନିକଟରେ ଜଣେ ଜୁନିଅର ରାଙ୍କ ଅଫିସରଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ପଜିଟିଭ ଆସଥିଲା। ଏହି ଅଫିସର ଜଣକ ଡେପୁଟେସନରେ ଥିଲେ। ୬ ଜଣ କର୍ମଚାରୀ କରୋନା ପଜିଟିଭ ଆସିବା ପରେ ଇଡି କାର୍ଯ୍ୟାଳୟକୁ ସିଲ କରାଯିବା ସହ ସାନିଟାଇଜ୍ କରାଯାଇଛି।
ସୂଚନାଥାଉ କି, ସାଧାରଣତଃ ମନି ଲଣ୍ଡରିଂ, କଳାଟଙ୍କା ଓ ହାୱାଲ ଭଳି ମାମଲାର ତଦନ୍ତ ଇଡି କରିଥାଏ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କାର୍ଯ୍ୟାଳୟକୁ ସପ୍ତାହରେ ୨ ଦିନ ସାନିଟାଇଜ କରାଯାଉଛି ।