ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ଆଜି ପଞ୍ଚମ ପର୍ଯ୍ୟାୟରେ ୫୧ଟି ଆସନରେ ଭୋଟ୍‌ ଗ୍ରହଣ ହେଉଛି। ଉତ୍ତରପ୍ରଦେଶର ୧୪ ଆସନ,  ରାଜସ୍ଥାନର ୧୨, ପଶ୍ଚିମବଙ୍ଗର ୭, ମଧ୍ୟପ୍ରଦେଶର ୭, ବିହାରର ୫, ଝାଡ଼ଖଣ୍ଡର ୪ଟି ଆସନ ପାଇଁ ସକାଳ ୭ଟାରୁ କଡା ସୁରକ୍ଷା ମଧ୍ୟରେ ମତଦାନ ଆରମ୍ଭ ହୋଇଛି।

ମାଓ ପ୍ରଭାବିତ ଝାଡ଼ଖଣ୍ଡର ୪ଟି ଲୋକସଭା ଆସନରେ ଅପରାହ୍ନ ୪ଟାରେ ଭୋଟ୍‌ ଗ୍ରହଣ ଶେଷ ହେବ।

ଏହି ପର୍ଯ୍ୟାୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହେବ।

ମେ’ ୨୩ରେ ଭୋଟ୍‌ ଗଣତି ହେବ।

You might also like