ଜମ୍ମୁ-କାଶ୍ମୀରର ୫୭୫ ଯୁବକ ସେନାରେ ସାମିଲ୍‌

ଶ୍ରୀନଗର: ଶନିବାର ଜମ୍ମୁ-କାଶ୍ମୀରର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫୭୫ ଜଣ ଯୁବକ ଭାରତୀୟ ସେନାରେ ଯୋଗ ଦେଇଛନ୍ତି। ପାସିଂ ପରେଡ୍‌ ପରେ ଆଜି ସେମାନଙ୍କୁ ଜମ୍ମୁ-କାଶ୍ମୀର ଲାଇଟ୍‌ ଇନ୍‌ଫାଣ୍ଟ୍ରିରେ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି।

ଗଣମାଧ୍ୟମକୁ ଏହି ନୂଆ ଯବାନମାନେ କହିଛନ୍ତି, ସେମାନେ ଜନ୍ମଭୂମିର ସେବା ପାଇଁ ପ୍ରସ୍ତୁତ ଥିଲେ ଏବଂ ଦେଶ ମାତୃକା ପାଇଁ ବଳିଦାନ ଦେବାକୁ ପଛଘୁଞ୍ଚା ଦେବେନି ବୋଲି କହିଛନ୍ତି। ସେମାନେ ଭାରତୀୟ ସେନାରେ ସାମିଲ ହୋଇ ଗର୍ବିତ ବୋଲିତ କହିଛନ୍ତି। ସେମାନଙ୍କ ପରିବାର ଲୋକେ ମଧ୍ୟ ଏହି ମୁହୂର୍ତ୍ତ ତାଙ୍କ ପାଇଁ ଗୌରବ ଆଣିଦେଇଛି ବୋଲି କହିଛନ୍ତି।

ଲେଫ୍ଟନାଣ୍ଟ ଜେନେରାଲ ଅଶ୍ୱିନୀ କୁମାର କହିଛନ୍ତି, ଏପରି ନିଯୁକ୍ତିମେଳା ଚାଲୁ ରହିବ। ଏହା ଜମ୍ମୁ-କଶ୍ମୀରର ଚିତ୍ର ବଦଳୁଥିବାର ନମୁନା। ଯେଉଁମାନେ ଆଗକୁ ଯିବାକୁ ଚାହୁଁଛନ୍ତି ସେନା ସେମାନଙ୍କ ସାଥିରେ ଅଛି।

୧୯୪୭ ମସିହାରେ ବେଆଇନ ଅନୁପ୍ରବେଶ ରୋକିବା ପାଇଁ ଜମ୍ମୁ-କଶ୍ମୀର ଲାଇଟ୍‌ ଇନ୍‌ଫାଣ୍ଟ୍ରି ଗଠିତ ହୋଇଥିଲା। ଜମ୍ମୁ-କଶ୍ମୀରୁ ସ୍ୱତନ୍ତ୍ର ସୁବିଧା ଦେଉଥିବା ୩୭୦ ଧାରା ଉଚ୍ଛେଦ ପରେ ବ୍ୟାପକ ନିଯୁକ୍ତିର ପ୍ରତିଶ୍ରୁତି ଦିଆଯାଇଥିବାବେଳେ ଏହା ନିଯୁକ୍ତି ପ୍ରକ୍ରିୟାର ପ୍ରଥମ ପାହାଚ ବୋଲି କୁହାଯାଉଛି।

 

ଆହୁରି ପଢ଼ନ୍ତୁ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ପିଆଜ ଚୋରି କରି ବନ୍ଧା ହେଲେ

ମାଗଣାରେ ଦେଶବାସୀଙ୍କୁ ମିଳିବ କରୋନା ଭ୍ୟାକ୍‌ସିନ !

ଯାତ୍ରୀମାନଙ୍କ ପାଇଁ ଖୁସି ଖବର; ଭିସା ନିୟମରେ କୋହଳ କଲେ କେନ୍ଦ୍ର ସରକାର

You might also like