ହାର୍ଟ ସର୍ଜରୀ ପାଇଁ ଆସିଥିଲା ୬ମାସର ଶିଶୁ,ବାହାରିଲା କରୋନା

ଚଣ୍ଡିଗଡ଼: ଚଣ୍ଡିଗଡ଼ର ପିଜିଆଇ (PGI) ରେ ୬ ମାସର ଶିଶୁ କରୋନାରେ ପଜିଟିଭ୍ ଥିବା ଜଣାପଡିଛି। ଶିଶୁଟି ସଂସ୍ପର୍ଶରେ ଆସିଥିବା ୫୪ ମେଡିକାଲ କର୍ମଚାରୀଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି। ସେମାନଙ୍କ ମଧ୍ୟରେ ୧୮ଜଣ ଡାକ୍ତର ଥିବା ଜଣାପଡିଛି। ହାର୍ଟ ସର୍ଜରୀ କରିବା ପାଇଁ ଶିଶୁକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ଦିନ ଶିଶୁଟି କରୋନାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ମେଡିକାଲ କର୍ମଚାରୀମାନଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଥିଲା।

ଖବର ଅନୁଯାୟୀ, କରୋନାରେ ପଜିଟିଭ୍ ଥିବା ଶିଶୁଟି ଫଗୱାଡା ଅଞ୍ଚଳର। ଏପ୍ରିଲ ୯ରେ ଶିଶୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଶିଶୁଟିର ହାର୍ଟ ସର୍ଜରୀ ହେବାର ଥିଲା । କିନ୍ତୁ ସର୍ଜରୀ କରିବା ପୂର୍ବରୁ ଡାକ୍ତରମାନେ ଶିଶୁର ସ୍ୱାବ ପରୀକ୍ଷା କରିଥିଲେ। ପରେ ଶିଶୁଟି କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ଶିଶୁଟି ଜନ୍ମରୁ ହିଁ ଏହି ରୋଗରେ ପୀଡିତ। ତେଣୁ ଶିଶୁଟିକୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା।

୨୧ ଏପ୍ରିଲରେ ଶିଶୁଟି କରୋନାରେ ସଂକ୍ରମଣ ହୋଇଥିବା ଜଣାପଡିବା ପରେ ଡାକ୍ତର ତାଙ୍କୁ ପିଜିଆଇର ନେହେରୁ ହସ୍ପିଟାଲ ଏକ୍ସଟେନ୍ସନକୁ ରେଫର୍ କରିଥିଲେ। ସେ କୋଭିଡ-୧୯ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।

 

ଆହୁରି ପଢ଼ନ୍ତୁ

You might also like