ସାବରିମାଲା ମନ୍ଦିର ପ୍ରବେଶ ନେଇ ସୁପ୍ରିମକୋର୍ଟରେ ତଥ୍ୟ ରଖିଲେ ସରକାର

ଥିରୁବନନ୍ତପୁରମ: ସାବରିମାଲା ମନ୍ଦିରରେ ଏକ ନିର୍ଦ୍ଦିଷ୍ଟ ବୟସର ମହିଳାମାନଙ୍କ ପ୍ରବେଶ ସମ୍ପର୍କରେ ସୁପ୍ରିମକୋର୍ଟରେ ତଥ୍ୟ ରଖିଛନ୍ତି କେରଳ ସରକାର। ମନ୍ଦିରରେ ପ୍ରବେଶ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ବର୍ତ୍ତମାନ ସୁଦ୍ଧା ୫୧ଜଣ ୫୦ବର୍ଷରୁ କମ ମହିଳା ମନ୍ଦିରରେ ପ୍ରବେଶ କରିଛନ୍ତି। ଏଥିସହିତ ଦର୍ଶନ କରିବାକୁ ଚାହୁଁଥିବା ମହିଳାମାନଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯାଉଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି।

ସାବରିମାଲା ମନ୍ଦିରରେ ପ୍ରବେଶ କରିଥିବା ଦୁଇ ଜଣ ମହିଳା ବିନ୍ଦୁ ଅମିନୀ ଓ କନକ ଦୁର୍ଗା ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ମାମଲାର ଶୁଣାଣି କରି ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସୁପ୍ରିମକୋର୍ଟ କେରଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ସେପ୍ଟେମ୍ବର ମାସରେ ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ପାଇଁ ଅନୁମତି ଦେବାପରେ ଏହାକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ବିରୋଧ କରାଯାଉଛି। ଏପରିକି ଦର୍ଶନ କରିବାକୁ ଚାହୁଁଥିବା ନିର୍ଦ୍ଦିଷ୍ଟ ବର୍ଗର ମହିଳାମାନଙ୍କୁ ପାମ୍ପା ନିକଟରେ ଅଟକାଯାଇଥିଲା।

You might also like