ବାଲାକୋଟରେ ପୁଣି ସକ୍ରିୟ ଆତଙ୍କବାଦୀ; ତାଲିମ୍‌ ନେଉଛନ୍ତି ୫୦ରୁ ଅଧିକ ଆତଙ୍କୀ

ଶ୍ରୀନଗର: ବାଲାକୋଟରେ ପୁଣି ସକ୍ରିୟ ଆତଙ୍କବାଦୀ। ଭାରତୀୟ ବାୟୁସେନା ଦ୍ୱାରା ଧ୍ୱଂସ ହୋଇଥିବା ବାଲାକୋଟର ଏହି ଆତଙ୍କବାଦୀ କ୍ୟାମ୍ପରେ ୫୦ରୁ ଅଧିକ ଜୈସ ଇ ମହମ୍ମଦ ଆତଙ୍କୀ ତାଲିମ ନେଉଥିବା ସୂଚନା ମିଳିଛି।

ସେମାନେ ଭାରତର କାଶ୍ମୀର ଓ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। କିଛି ଆତଙ୍କବାଦୀ ସେଠାରେ ତାଲିମ ନେବାପରେ ଭାରତରେ ଥିବା ସୁରକ୍ଷା କ୍ୟାମ୍ପ ଉପରକୁ ଟାର୍ଗେଟ କରିବାକୁ ପଠାଯାଇଥିବା ସୂଚନା ମିଳିଛି।

ଏ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଠ ମାସ ତଳେ ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିବା ଯୋଗୁ ବାୟୁସେନା ପକ୍ଷରୁ ସେଠାରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା।

You might also like