ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରି ସୁଦ୍ଧା ଦେଶର ୫୦ ପ୍ରତିଶତ ଲୋକ କରୋନା ଆକ୍ରାନ୍ତ ହୋଇ ସାରିଥିବେ । ଦେଶରେ ଏବେ ପ୍ରାୟ ୭୫ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହୋଇ ସାରିଛନ୍ତି । ଅସଂକ୍ରମଣ ଦୃଷ୍ଟିରୁ ଆମେରିକା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଗତ ମାସରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବା ପରେ ଏବେ ସାମାନ୍ୟ ହ୍ରାସ ପାଇଛି।  ଏଣୁ ଫେବ୍ରୁଆରିି ସୁଦ୍ଧା ଦେଶରେ ୫୦ ପ୍ରତିଶତ  ଲୋକ କରୋନା ସଂକ୍ରମିତ ହୋଇ ପାରନ୍ତି ବୋଲି  କରୋନା ସଂପର୍କିତ ଏକ କମିଟିର ସଦସ୍ୟ ତଥା ଆଇଆଇଟି କାନପୁରର ପ୍ରଫେସର ମନୀନ୍ଦ୍ର ଅଗ୍ରଓ୍ୱାଲ କହିଛନ୍ତି।

ସରକାରଙ୍କ ଦ୍ୱାରା କରାଯାଉଥିବା ସେରୋଲୋଜିକାଲ ସର୍ଭେ ଅନୁସାରେ ଦେଶରେ ୧୪ ପ୍ରତିଶତ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ବୋଲି ଦର୍ଶାଯାଉଛି। ପ୍ରକୃତ ପକ୍ଷେ ଏହା ବହୁ ଅଧିକ ବୋଲି ଗୋଟିଏ ଖବର ସରବରାହ ସଂସ୍ଥାକୁ ସୂଚନା ଦେଇ ମନୀନ୍ଦ୍ର କହିଛନ୍ତି । ତା ଛଡ଼ା ସରୋଲୋଜିକାଲ ସର୍ଭେ ଦ୍ୱାରା ଯେ ବାସ୍ତବ ତଥ୍ୟ ହାସଲ ହେଉଛି, ତାହା ଧରିନେବା ଉଚିତ ନୁହଁ ବୋଲି ମଧ୍ୟ ସେ କହିଛନ୍ତି ।

ଯଦି ଲୋକେ ସତର୍କ ନ ରୁହନ୍ତି, ତା ହେଲେ ମାସକୁ ୨୬ ଲକ୍ଷ ଲୋକ ଆକ୍ରାନ୍ତ ହେବା ସମ୍ଭାବନା ରହିଛି ବୋଲି କମିଟି କହିଛି। ପାର୍ବଣ ଆସୁଥିବାରୁ କରୋନା ସଂକ୍ରମଣ ବ୍ୟାପିବାରେ ଏହା ଖୋରାକ ଯୋଗାଇବ ବୋଲି ମନୀନ୍ଦ୍ର ସତର୍କ କରାଇ ଦେଇଛନ୍ତି

You might also like