ଫେସ୍‌ବୁକ୍‌ର ୫୦ମିଲିୟନ୍‌ ଆକାଉଣ୍ଟ୍‌ସ୍‌ ହ୍ୟାକ୍‌

କାଲିଫର୍ଣ୍ଣିଆ: ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌। ବିଶ୍ୱବ୍ୟାପୀ ପ୍ରାୟ ୫୦ ମିଲିୟନ ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଖବରକୁ ଗତକାଲି ଫେସ୍‌ବୁକ୍‌ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି।

ହ୍ୟାକର୍ସମାନେ ଏପରି ଏକ ଫିଚର୍‌ ବ୍ୟବହାର କରି ହ୍ୟାକ୍ କରିଥିଲେ, ଯାହାକି ସେମାନଙ୍କୁ ବହୁ ସଂଖ୍ୟକ ଫେସ୍‌ବୁକ୍‌ ୟୁଜର୍ସ ଆକାଉଣ୍ଟ୍‌କୁ ଟେକ୍‌ ଓଭର କରିବା ପାଇଁ ଅନୁମତି ଦେଇଥିଲା।

ଏହି ହ୍ୟାକ୍‌ ଘଟଣାକୁ ଫେସ୍‌ବୁକ୍‌ କର୍ତ୍ତୃପକ୍ଷ ମଙ୍ଗଳବାର ଦିନ ଚିହ୍ନଟ କରିଥିଲେ । ମଙ୍ଗଳବାର ଦିନ ଅପରାହ୍ନରେ ଫେସ୍‌ବୁକ୍‌ ଇଞ୍ଜିନିୟର ଟିମ୍‌ ପ୍ରାୟ ୫୦ ମିଲିୟନ ଫେସ୍‌ବୁକ୍‌ ଆକାଉଣ୍ଟରେ ସିକ୍ୟୁରିଟି ଇସ୍ୟୁ ପ୍ରଭାବିତ ହୋଇଥିବା ଜାଣିବାକୁ ପାଇଥିଲେ ବୋଲି ଫେସ୍‌ବୁକ୍‌ ପ୍ରଡକ୍ଟ୍‌ ମ୍ୟାନେଜ୍‌ମେଣ୍ଟ୍‌ କହିଛନ୍ତି। ଯାହାକୁ ଗମ୍ଭୀର ଭାବରେ ନେଇ ଏହାର ସମାଧାନ କରିଥିଲେ ଫେସ୍‌ବୁକ୍‌ ଇଞ୍ଜିନିୟର। ଏବେ ଏହି ସମସ୍ତ ଆକାଉଣ୍ଟ୍‌ ସୁରକ୍ଷିତ ଥିବା କହିଛନ୍ତି ଫେସ୍‌ବୁକ୍‌ କର୍ତ୍ତୃପକ୍ଷ।

ଏହି ଘଟଣା ଜଣାପଡ଼ିବା ପରେ ପାଖାପାଖି ୯୦ ମିଲିୟନ୍‌ ୟୁଜର୍ସ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଫେସବୁକ୍‌ ଆକାଉଣ୍ଟ୍‌ ଲଗ୍‌ ଆଉଟ୍‌ କରିବା ପାଇଁ ବାଧ୍ୟ ହେଲେ।

ପ୍ରଥମ ଥର ପାଇଁ ଫେସ୍‌ବୁକ୍‌ରେ ଏତେ ବଡ଼ ଧରଣର ହ୍ୟାକ୍ ହୋଇଛି। ଯାହାକୁ ନେଇ ପୁଣି ଥରେ ଫେସ୍‌ବୁକ୍‌ର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏହାପୂର୍ବରୁ କ୍ୟାମ୍ବ୍ରିଜ୍‌ ଆନାଲିଟିକା କମ୍ପାନୀ ନାଁରେ ଡାଟା ଲିକ୍‌କୁ ନେଇ ଅଭିଯୋଗ ଆସିଥିଲା।

You might also like