ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୫୦ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ

ଚେନ୍ନାଇ: ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗ ଦେଇ ଫେରିଥିବା ୫୦ ଜଣ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ସାରା ଦେଶରେ କରୋନା ସ୍ଥିତି ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ସଭାକୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଖୋଜା ଚାଲିଛି।

କେବଳ ରାଜଧାନୀ ଦିଲ୍ଲୀରେ ପ୍ରାୟ ୪୪୧ରୁ ଅଧିକ ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେଉଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି। ଅଧିକ କରୋନା ପଜିଟିଭି ଚିହ୍ନଟ ହେଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିଯିବ ବୋଲି କେଜ୍ରିୱାଲ୍ କହିଛନ୍ତି।

ମଧ୍ୟ ରାଷ୍ଟ୍ରରେ କରୋନା ପାଇଁ ଲକ୍‌ ଡାଉନ୍‌ ସ୍ଥିତି ଉପୁଜିଥିବା ବେଳେ ଦିଲ୍ଲୀର ତବ୍ଲିଗୀ ଜମାତ ଗ୍ରୁପର ମୁଖ୍ୟାଳୟ ମର୍କାଜ ନିଜାମୁଦ୍ଦିନରେ ୨ ହଜାର ଲୋକ ସପ୍ତାହ ଧରି ରହିଥିଲେ। ଏହି ଘଟଣାରେ ଏବେ ୧୧୦୦ ଲୋକଙ୍କୁ ସହରର ବିଭିନ୍ନ ସ୍ଥାନରେ ସଂଗରୋଧ କରି ରଖାଯାଇଛି। ଏହାପରେ ତବ୍ଲଗୀ ଜମାତ ଗ୍ରୁପର୍‌ ଅଧିକାରୀମାନେ ମର୍କାଜ ନିଜାମୁଦ୍ଦିନକୁ ବନ୍ଦ କରିଦେଇଛନ୍ତି।

ଏହି ଘଟଣାରେ ମସ୍‌ଜିଦ୍‌ ପ୍ରଶାସନ ବିରୋଧରେ ଥାନାରେ ମାମଲା ରୁଜ୍ଜୁ ହୋଇଛି। ଏଥିସହିତ ଦେଶର ବିଭିନ୍ନ ସ୍ଥାନକୁ ଫେରିଯାଇଥିବା ତବ୍ଲିଗୀ ସଦସ୍ୟମାନଙ୍କୁ ଖୋଜିବାକୁ ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ତବ୍ଲୀଗୀ ଜମାତ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୧୦୭ ଜଣ ମଧ୍ୟପ୍ରଦେଶରେ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୮୨ ଜଣଙ୍କୁ ଚିହ୍ନଟ କରାଯାଇଥିବା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି। ଏଥିସହିତ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିଥିବା ଅନ୍ୟମାନେ ସ୍ୱ ଇଚ୍ଛାରେ ନିଜ ବିଷୟରେ ଜଣାଇକୁ ଅନୁରୋଧ କରିଛନ୍ତି ଶିବରାଜ। ତେବେ ୮୨ ଜଣଙ୍କ ମଧ୍ୟରୁ କିଛିଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

You might also like