ମା’ଙ୍କୁ ଦେଖିବା ପାଇଁ ବିମାନରେ ଏକା ଦିଲ୍ଲୀରୁ ବେଙ୍ଗାଲୁର ଆସିଲା ୫ ବର୍ଷର ଶିଶୁ
ନୂଆଦିଲ୍ଲୀ: ୫ ବର୍ଷର ଶିଶୁ ଯିଏ ହାତରେ ଖାଇ ଶିଖିନି। ଏକା ଏକା ଚାଲି ଶିଖିନି। ହେଲେ ମା’ଙ୍କ ଦେଖିବା ପାଇଁ ସେ ଆଜି ଯେପରି ତା’ର ସାହାସ ଦେଖାଇଛି, ଜାଣିଲେ ଆଖି ଓଦା ହୋଇଯିବ। କରୋନା ଲକ୍ଡାଉନ ଯୋଗୁ ୫ ବର୍ଷର ଏହି ଶିଶୁ ତିନି ମାସ ଧରି ମା’ଙ୍କ ପାଖରୁ ଅଲଗା ହୋଇଯାଇଥିଲା। ମା’ ପାଖକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ଉପାୟ ନ ଥିଲା। କାରଣ ଲକ୍ଡାଉନ ଯୋଗୁ ଯାତାୟାତର ସବୁ ମାଧ୍ୟମ ବନ୍ଦ ହୋଇଯାଇଥିଲା। ଏବେ ବିମାନ ଚଳାଚଳ କରିବା ପରେ ୫ ବର୍ଷର ଶିଶୁଟି ଏକା ଏକା ଦିଲ୍ଲୀରୁ କର୍ଣ୍ଣାଟକ ଆସିଛି। ୫ ବର୍ଷର ଶିଶୁ..ଏକା ଏକା ଏତେ ଲମ୍ବା ଯାତ୍ରା…ବିଶ୍ୱାସ କରିହେଉନି। କିନ୍ତୁ କଥାଟା ସମ୍ପୂର୍ଣ୍ଣ ସତ।
ଏଇ ସାହାସୀ ପିଲାଟିର ନାମ ବିହାନ ଶର୍ମା। ବିହାନ ମା’ଙ୍କ କହିବା ଅନୁଯାୟୀ, ତାଙ୍କ ପୁଅ ଗତ ତିନି ମାସ ଧରି ଦିଲ୍ଲୀରେ ଥିଲା। ସେଠାରେ ସେ ଦାଦା-ଦାଦୀଙ୍କ ସହ ରହୁଥିଲା।
୫ ବର୍ଷର ବିହାନ ଦିଲ୍ଲୀରୁ ବେଙ୍ଗାଲୁର ଏକୁଟିଆ ବିମାନରେ ଆସିଥିଲା। ବିହାନକୁ ନେବା ପାଇଁ ତା’ ମା’ ବିମାନ ବନ୍ଦରରେ ପହଞ୍ଚିଥିଲେ । ବିମାନଟି ବନ୍ଦିରରେ ପହଞ୍ଚିବା ପରେ ଫ୍ଲାଇଟ୍ ଅଟେଣ୍ଡାଣ୍ଟ ଯେତେବେଳେ ପିଲାଟିକୁ ତା ମା’ଙ୍କୁ ହସ୍ତାନ୍ତର କଲେ, ମା’ ଖୁସିରେ ବିଭୋର ହୋଇଯାଇଥିଲେ। ହେଲେ ସେଚତନ ଥିଲେ। ସେ ପୁଅକୁ କୋଳେଇ ନେଇ ନ ଥିଲେ। ବରଂ ସାବଧାନତାର ସହ ସାମାଜିକ ଦୂରତା ରକ୍ଷା କରି ଘରକୁ ଫେରିଥିଲେ।