ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଜଣେ ଶିଶୁଙ୍କ ସମେତ ଚାଲିଗଲା ୭ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ସିଲିଣ୍ଡର ଫାଟି ଭୟାବହ ଅଗ୍ନିକାଣ୍ଡ। ପଶ୍ଚିମ ଦିଲ୍ଲୀର ମୋତି ନଗରଠାରେ ଥିବା ଏକ ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ସିଲିଣ୍ଡର ଫାଟି ବିସ୍ଫୋରଣ ଘଟିବା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା। ତେବେ ବିଲ୍‌ଡିଂରେ ଫସିଯାଇଥିବା ୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି।

ସିଲିଂ ଫ୍ୟାନ୍‌ ପେଣ୍ଟିଂ ପାଇଁ ଉଦ୍ଦିଷ୍ଟ ଦୁଇ ମହଲା ବିଶିଷ୍ଟ ଏହି ଫ୍ୟାକ୍ଟ୍ରି ମୋତି ନଗର ଅଞ୍ଚଳର ସୁଦର୍ଶନ ପାର୍କ ନିକଟରେ ଅବସ୍ଥିତ।

ଦମକଳ ବିଭାଗକୁ ଗତରାତି ପାଖାପାଖି ୮ଟା ୪୮ ମିନିଟ୍‌ ସମୟରେ ସୂଚନା ଦିଆଯିବାପରେ ୮ଟି ଦମକଳ ଗାଡ଼ି ଏବଂ ଗୋଟିଏ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଫ୍ୟକ୍ଟ୍ରିର ମାଲିକ ମଧ୍ୟ ଏଥିରେ ଆହତ ହୋଇଥିବା ଜଣାପଡ଼ିଛି।

ଫ୍ୟକ୍ଟ୍ରି ମାଲିକଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍‌ ଆଧାରରେ ବିଭିନ୍ନ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ବୋଲି ଡିସିପି ସୂଚନା ଦେଇଛନ୍ତି।

 

ଆହୁରି ପଢ଼ନ୍ତୁ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ପିଆଜ ଚୋରି କରି ବନ୍ଧା ହେଲେ

ମାଗଣାରେ ଦେଶବାସୀଙ୍କୁ ମିଳିବ କରୋନା ଭ୍ୟାକ୍‌ସିନ !

ଯାତ୍ରୀମାନଙ୍କ ପାଇଁ ଖୁସି ଖବର; ଭିସା ନିୟମରେ କୋହଳ କଲେ କେନ୍ଦ୍ର ସରକାର

You might also like