ଏକାଥରେ ମାଡ଼ି ଆସୁଛି ୫ଟି ଟ୍ରପିକାଲ୍‌ ସାଇକ୍ଲୋନ୍‌

ନୂଆଦିଲ୍ଲୀ: ଏକାଥରେ ମାଡ଼ି ଆସୁଛି ୫ଟି ଟ୍ରପିକାଲ୍‌ ସାଇକ୍ଲୋନ୍‌। ଆଣ୍ଟଲାଟିକ୍ ମହାସାଗରରେ ଏହି ଟ୍ରପିକାଲ୍‌ ସାଇକ୍ଲୋନ୍ ଗୁଡ଼ିକ ସୃଷ୍ଟି ହୋଇଛି। ଇତିହାସରେ ଦ୍ୱିତୀୟ ଥର ପାଇଁ ଏମିତି ଗୋଟିଏ ମହାସାଗରରେ ଏକା ଥରକେ ୫ଟି ଟ୍ରପିକାଲ୍‌ ସାଇକ୍ଲୋନ୍ ସୃଷ୍ଟି ହୋଇଛି। ଏହାପୂର୍ବରୁ ଆଣ୍ଟଲାଟିକ୍ ମହାସାଗରରେ ୧୯୭୧ ମସିହାରେ ଏଭଳି ୫ ଟି ବାତ୍ୟା ସୃଷ୍ଟି ହୋଇଥିଲା।

ସାଟେଲାଇଟ ଇମେଜରେ ଏବେ ସୃଷ୍ଟି ହୋଇଥିବା ଏହି ଟ୍ରପିକାଲ୍‌ ସାଇକ୍ଲୋନ୍ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ଏହି ୫ ଟ୍ରପିକାଲ୍‌ ସାଇକ୍ଲୋନ୍ ଗୁଡ଼ିକ ହେଲା- ଘୂର୍ଣ୍ଣିବଳୟ ପାଉଲେଟ୍, ଘୂର୍ଣ୍ଣିବଳୟ ସାଲି, ଟ୍ରପିକାଲ୍‌ ଷ୍ଟର୍ମ ଟେଡି, ଟ୍ରପିକାଲ୍‌ ଷ୍ଟର୍ମ ଭିକି ଓ ଟ୍ରପିକାଲ୍‌ ଡିପ୍ରେସନ୍‌ ରେନେ।

ଘୂର୍ଣ୍ଣିବଳୟ ପାଉଲେଟ୍ ସୋମବାର ସକାଳେ ବରମୁଡାରେ ଲ୍ୟାଣ୍ଡ୍‌ଫଲ୍‌ କରିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଅପରାହ୍ଣ ଯାଏ ଜାରି ରହିବ ବୋଲି ସୂଚନା ମିଳିଛି।

ଟ୍ରପିକାଲ୍‌ ଡିପ୍ରେସନ୍‌ ରେନେ ଗତ ସପ୍ତାହରେ ଟ୍ରପିକାଲ୍‌ ଷ୍ଟର୍ମରେ ପରିଣତ ହୋଇ କେନ୍ଦ୍ରୀୟ ଆଣ୍ଟଲାଣ୍ଟିକ୍‌ ମହାସାଗରରେ ଦୁର୍ବଳ ହେବାରେ ଲାଗିଛି। ଏହାର ପ୍ରଭାବ ସ୍ଥଳଭାଗ ଉପରେ ପଡ଼ିବ ନାହିଁ ବୋଲି ଆଶଙ୍କା କରାଯାଉଛି।

ଘୂର୍ଣ୍ଣିବଳୟ ସାଲି ଏବେ ମେକ୍ସିକୋ ଗଲ୍ଫ ଦେଇ ଉତ୍ତରପଶ୍ଚିମ ଦିଗକୁ ଆଡ଼କୁ ଗତି କରୁଛି। ଗଲ୍ଫ କୋଷ୍ଟରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଏହା Louisiana-Mississippi ଷ୍ଟେଟ ମଧ୍ୟରେ ଲ୍ୟାଣ୍ଡ୍‌ଫଲ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି।

ଟ୍ରପିକାଲ୍‌ ଷ୍ଟର୍ମ ଟେଡି ଏବେ କେନ୍ଦ୍ରୀୟ ଆଣ୍ଟଲାଟିକ୍‌ରେ ରହିଛି। ଆସନ୍ତା କିଛି ଦିନ ଭିତରେ ଏହା ଶକ୍ତିଶାଳୀ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବବୋଲି ଆଶା କରାଯାଉଛି।

ଟ୍ରପିକାଲ୍‌ ଷ୍ଟର୍ମ ଭିକି ବର୍ତ୍ତମାନ ପୂର୍ବ ଆଣ୍ଟଲାଟିକ୍‌ରେ ରହିଛି।

ଆହୁରି ପଢ଼ନ୍ତୁ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

You might also like