ଭାରତ ୫ ଟ୍ରିଲିଅନ ଅର୍ଥ ବ୍ୟବସ୍ଥା ହେବା ପ୍ରସଙ୍ଗରେ ଏମିତି କହିଲେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ୨୦୨୪ ସୁଦ୍ଧା ଭାରତ ୫ ଟ୍ରିଲିଅନ ଅର୍ଥ ବ୍ୟବସ୍ଥାର ରାଷ୍ଟ୍ର ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୫ ତାରିଖ ବଜେଟ୍ ଭାଷଣରେ କହିଥିଲେ। ଏହାକୁ ବିଜେପି ଖୁବ୍ ପ୍ରଶଂସା କରୁଥିବାବେଳେ ପୂର୍ବତନ ରାଷ୍ଟ୍ରପତି ତଥା ୟୁପିଏ ଅମଳରେ ଅର୍ଥମନ୍ତ୍ରୀ ଥିବା ପ୍ରଣବ ମୁଖାର୍ଜୀ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।

ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଦେଶର ଅର୍ଥ ବ୍ୟବସ୍ଥା ଉପରେ ନିଜର ମତ ରଖି ପ୍ରଣବ କହିଥିଲେ ଯେ, ୫ ଟ୍ରିଲିଅନ୍‌ ଅର୍ଥ ବ୍ୟବସ୍ଥା କୋଉ ସ୍ୱର୍ଗରୁ ଆସୁନାହିଁ। ପୂର୍ବ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ଆର୍ଥିକ ଭିତ୍ତିଭୂମି ଯୋଗୁ ଏହା ସମ୍ଭବ ହେବାକୁ ଯାଉଛି। ଏନେଇ ଇଂରେଜ ଶାସକମାନେ କିଛି କରିନାହାନ୍ତି। ସ୍ୱାଧୀନତା ପରେ ଶାସନରେ ଥିବା ସରକାର ହିଁ ଏ ଭିତ୍ତିଭୂମି ତିଆରି କରିଛନ୍ତି ବୋଲି ପ୍ରଣବ କହିଛନ୍ତି।

ତେବେ ଯିଏକି କଂଗ୍ରେସର ୫୫ ବର୍ଷର ଶାସନକୁ ସମାଲୋଚନା କରୁଛି, ତାହା ବର୍ତ୍ତମାନର ଭାରତକୁ ଅଣଦେଖା କରୁଛି। ଯଦି ସେତେବେଳେ ସରକାର କିଛି କରିନାହିଁ, ତା ହେଲେ ଦେଶରେ ବିକାଶ ସମ୍ଭବ ହେଲା କିପରି ବୋଲି ସେ କହିଛନ୍ତି। ଜବାହରଲାଲ୍ ନେହରୁ, ଆଇଆଇଟି ଓ ଇସ୍ରୋ ଭଳି ସଂସ୍ଥାନ ପ୍ରତିଷ୍ଠା କରିଥିବାରୁ ହିଁ ଦେଶରେ ବିକାଶ ସମ୍ଭବ ହୋଇପାରିଛି ବୋଲି ପ୍ରଣବ କହିଛନ୍ତି।

You might also like