ପଶ୍ଚିମବଙ୍ଗରେ ବୁଲିବ ୫-ଟି ପରିବର୍ତ୍ତନ ରଥଯାତ୍ରା

ବଙ୍ଗରେ ତେଜୁଛି ରାଜନୀତି

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟରେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢ଼େଇ ସେତିକି ସାମ୍ନାକୁ ଆସୁଛି। ବେଙ୍ଗଲବାସୀଙ୍କ ମନ ଜିଣିବାକୁ ରାଜ୍ୟବ୍ୟାପୀ ୫ଟି ପରିବର୍ତ୍ତନ ରଥଯାତ୍ରା ପାଇଁ ଯୋଜନା କରିଛି ବିଜେପି । ଏହି କ୍ରମରେ ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ନଦିଆ ନବଦ୍ୱୀପ ଅଞ୍ଚଳରୁ ପ୍ରଥମ ରଥଯାତ୍ରାର ଶୁଭାରମ୍ଭ କରିବେ। ସେପଟେ ଏହି ପରିବର୍ତ୍ତନ ରଥଯାତ୍ରା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଅନୁମତି ମିଳିନଥିବାରୁ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ ବିଜେପି ଅଧ୍ୟକ୍ଷ ଦିଲ୍ଲିପ ଘୋଷ।

ସେହିପରି ଫେବୃଆରୀ ୧୧ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନର୍ଥ ବେଙ୍ଗଲର କୁଚ୍ ବେହାର ଅଞ୍ଚଳରେ ଆଉ ଏକ ରଥଯାତ୍ରାର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି। ତାସହ ଝାଡ଼ଗ୍ରାମ, କାକଦ୍ୱୀପ ଓ ତାରାପୀଠ ଅଞ୍ଚଳରୁ ବି ଆଉ ୩ଟି ରଥଯାତ୍ରା ବାହାର କରିବାକୁ ଦଳ ଯୋଜନା ରଖିଛି। ପ୍ରାୟ ୨୫ ଦିନ ଧରି ସମସ୍ତ ୨୯୪ଟି ଯାକ ବିଧାନସଭା କ୍ଷେତ୍ର ବୁଲିବାକୁ ଥିବା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବା କାର୍ଯ୍ୟକ୍ରମ ରହିଛି। ସେପଟେ ବିଜେପିର ଏ ରଥଯାତ୍ରା ପଶ୍ଚିମବଙ୍ଗବାସୀଙ୍କ ଉପରେ କୌଣସି ଫରକ୍ ପକାଇବ ନାହିଁ ବୋଲି କହିଛନ୍ତି ଟିଏମ୍ସି ସାଂସଦ ସୌଗତ ରାୟ।

You might also like