୫ ରାଜ୍ୟରେ ହେବ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କୋଭିଡ୍‌ ଭ୍ୟାକ୍ସିନ୍‌ର ଶେଷ ପରୀକ୍ଷଣ

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତର ଲଢ଼େଇ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। ଖୁବ୍‌ଶୀଘ୍ର ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ଭାଗିଦାରୀରେ ପ୍ରସ୍ତୁତ ଟିକାର ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମାନବ ପରୀକ୍ଷଣ ହେବ। ଏଥିପାଇଁ ଭାରତର ୫ଟି ରାଜ୍ୟରେ ପ୍ରସ୍ତୁତ କରାଯାଇଛି। ଚୂଡ଼ାନ୍ତ ପର୍ଯ୍ୟାୟ ମାନବ ପରୀକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ହୋଇଥିବାରୁ ଟିକା ଦେବା ପୂର୍ବରୁ ଦେଶର ତଥ୍ୟ ରହିବା ଆବଶ୍ୟକ ବୋଲି ଜୈବପ୍ରଯୁକ୍ତି ବିଭାଗ ସଚିବ ରେଣୁ ସ୍ୱରୂପ ସୂଚନା ଦେଇଛନ୍ତି।

ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନାକା ପକ୍ଷରୁ ଟିକା ନିର୍ମାଣ ସଫଳ ହେଲେ ବିଶ୍ୱର ସର୍ବବୃହତ ଟିକା ନିର୍ମାତା କଂପାନୀ ଭାରତର ସେରମ ଇନଷ୍ଟିଚ୍ୟୁଟ୍‌କୁ ଏହି ଟିକା ତିଆରି ପାଇଁ ଅନୁମତି ମିଳିଛି। ଭାରତୀୟ ଜୈବପ୍ରଯୁକ୍ତି ବିଭାଗ ପକ୍ଷରୁ ୩ଟି କ୍ଲିନିକାଲ ସାଇଟ୍ ତିଆରି କରାଯାଉଛି। ଏଥିପାଇଁ ପୂର୍ବରୁକାମ ଆରମ୍ଭ ହୋଇଛି। ତୃତୀୟ ପର୍ଯ୍ୟାୟ ଟିକାର ପରୀକ୍ଷଣ ପାଇଁ ୫ଟି ସ୍ଥାନକୁ ଚୟନ କରାଯାଇଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ସେଠାରେ ପରୀକ୍ଷଣ କରାଯିବ।

ଜୁଲାଇ ୨୦ରେ ମହମାରୀ କରୋନା ବିରୋଧରେ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ଟିକା ନିରାପଦ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେଉଥିବା ବୈଜ୍ଞାନିକମାନେ ମତ ଦେଇଥିଲେ। ଗତ ଏପ୍ରିଲ ଓ ମେ ମାସରେ ବ୍ରିଟେନର ୫ଟି ମେଡିକାଲରେ ୧୮ରୁ ୫୫ ବର୍ଷ ବୟସ୍କ ୧୦୭୭ ସୁସ୍ଥ ବ୍ୟକ୍ତିଙ୍କୁ ଟିକା ଦିଆଯାଇଥିଲା। ସେମାନଙ୍କ ଠାରେ ଆଣ୍ଟିବଡି ଓ ଟି-ସେଲ୍ ପ୍ରତିରୋଧକ ସୃଷ୍ଟି ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଟିକା ଦେବା ପରେ ସେମାନଙ୍କ ଠାରୁ ଆହୁରି ପ୍ରତିରୋଧକ ସୃଷ୍ଟି ହୋଇଥିଲା। ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ବେଳେ କିଛି ବ୍ୟକ୍ତିଙ୍କୁ ଟିକା ଦିଆଯାଇ ସେମାନଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେଉଛି କି ନାହିଁ ତାର ପରୀକ୍ଷା କରାଯାଏ। ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ବେଳେ ବିଭିନ୍ନ ବୟସ ବର୍ଗ ଏପରିକି ଶିଶୁ ଓ ବୟସ୍କ ଲୋକମାନଙ୍କୁ ଟିକା ଦିଆଯାଇଥାଏ।

ଆହୁରି ପଢ଼ନ୍ତୁ

You might also like