ଚିନ୍ତା ବଢାଉଛି ଧରାବୀ ସ୍ଲମ୍‌: ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ

ମୁମ୍ବଇ: ଏସିଆ ମହାଦେଶର ସବୁଠାରୁ ବଡ ସ୍ଲମ୍‌ ମୁମ୍ବାଇର ଧାରାବୀରେ କରୋନା କାୟା ବିସ୍ତାର କରି ଚାଲିଛି। ଶୁକ୍ରବାର ଏଠାରେ ପୁଣ ୫ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି। ଏହି ୫ ଜଣଙ୍କ ମଧ୍ୟରୁ ୨ ଜଣ ଦିଲ୍ଲୀ ମରକଜ୍‌ କାର୍ଯକ୍ରମରେ ଯୋଗ ଦେଇ ଫେରିଛନ୍ତି।

ମୁମ୍ବାଇ ମହାନଗର ନିଗମ ପକ୍ଷରୁ କୁହାଯାଇଛି, ଧାରାବୀରେ କରୋନା ଆକ୍ରାନ୍ତ ୫ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ନିଜାମୁଦ୍ଦିନ ମରକଜ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିଛନ୍ତି। ଏମାନଙ୍କୁ ସ୍ଥାନୀୟ ରାଜୀବ ଗାନ୍ଧୀ ସ୍ପୋର୍ଟସ କମ୍ପ୍ଲେକ୍ସରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା। ଏବେ ସେମାନଙ୍କୁ ହସ୍‌ପିଟାଲ ସ୍ଥାନାନ୍ତର କରାଯାଇଛି।

ଏହି ୫ ଜଣଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି। ଜଣେ ମହିଳାଙ୍କ ବୟସ ୨୯ ବର୍ଷ ଓ ଅନ୍ୟ ଜଣଙ୍କ ବୟସ ୩୧ବର୍ଷ।

ସୂଚନାଥାଉ କି, ଏହି କଲୋନୀରେ ଲକ୍ଷାଧିକ ଲୋକ ରୁହନ୍ତି। ଏହି ୫ ଜଣଙ୍କୁ  ମିଶାଇ ଏଠାରେ ମୋଟ ୨୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି । ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧା ଓ ଜଣେ ୫୬ ବର୍ଷ ବୟସ୍କ ବ୍ୟକ୍ତିଙ୍କର କରୋନାରେ  ମୃତ୍ୟୁ ଘଟିଛି ।

ପରିସ୍ଥିତିକୁ ଦେଖି ଧାରାବୀରେ ସମସ୍ତ ଦୋକାନ ବଜାର ବନ୍ଦ କରି ଦିଆଯାଇଛି। ତେବେ ଔଷଧ ଦୋକାନ ଖୋଲା ରହିଛି।

 

You might also like