ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ; ୫ ମାଓବାଦୀ ନିହତ

ରାଞ୍ଚି: ଝାଡ଼ଖଣ୍ଡରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଆଜି ଗୁଳି ବିନିମୟ ହୋଇଛି। ଏଥିରେ ୫ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ନିକଟରୁ ୨ଟି AK-47 ରାଇଫଲ୍‌, ଗୋଟିଏ ରାଇଫଲ୍‌ ଓ ୫ଟି ପିସ୍ତଲ ଜବତ କରାଯାଇଛି।

ତେବେ ମୃତ ମାଓବାଦୀଙ୍କ ପରିଚୟ ମିଳିପାରି ନାହିଁ।

ଝାଡ଼ଖଣ୍ଡର ଖୁଣ୍ଟି ଓ ପଶ୍ଚିମ ସିଂହଭୂମ ଜିଲ୍ଲାର ସୀମାନ୍ତରେ ଥିବା ରୋତ୍‌କାଟୋଲି ଗାଁ ନିକଟସ୍ଥ ଏକ ଜଙ୍ଗଲରେ ସିଆର୍‌ପିଏଫ୍‌ ଓ ରାଜ୍ୟ ପୁଲିସ୍‌ ସହ ମାଓବାଦୀଙ୍କ ଗୁଳି ବିନିମୟ ହୋଇଥିଲା। ଆଜି ସକାଳ ପ୍ରାୟ ୬ଟା ୨୦ ମିନିଟ୍‌ ସମୟରେ ଏହି ଗୁଳି ବିନିମୟ ହୋଇଥିଲା। ମାଓବାଦୀମାନେ ଗୁଳି ଚଳାଇବାରୁ ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ। ଏହି ଅଞ୍ଚଳରେ ମାଓବାଦୀମାନ ଥିବା ନେଇ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା।

ଏବେ ବି ଜଙ୍ଗଲରେ ମିଳିତ କମ୍ବିଂ ଅପରେସନ ଜାରି ରହିଥିବା ସୂଚନା ମିଳିଛି।

You might also like