ବିଶ୍ୱରେ ଅସମ୍ଭାଳ କରୋନା ସ୍ଥିତି: ବେହାଲ୍ ଆମେରିକା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୫,୦୩୬,୦୧୮ରେ ପହଞ୍ଚିଛି। ଏଥିରେ ଏପର୍ଯ୍ୟନ୍ତ ୩ ଲକ୍ଷ ୨୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ଚିନ୍ତାର ବିଷୟ ହେଉଛି, ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ପରେ ଏବେ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ବ୍ରାଜିଲ୍‌ରେ ଅଣାୟତ୍ତ ହେଉଛି।

କରୋନା ସ୍ଥିତି  ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ବ୍ରାଜିଲ୍ ଏବେ ଆମେରିକା, ଋଷ ଓ ସ୍ପେନ୍ ପରେ ତାଲିକାର ଚତୁର୍ଥ ସ୍ଥାନରେ ରହିଛି।

ଗତକାଲି ଆମେରିକାରେ ସର୍ବାଧିକ ୨୦ ହଜାର ୨୮୯ ନୂଆ ଆକ୍ଟିଭ୍ କେଶ୍ ଆସିଥିବା ବେଳେ, ବ୍ରାଜିଲରେ ଚିହ୍ନଟ ହୋଇଥିଲେ ୧୬ ହଜାର ୫୧୭ କେଶ୍। ବ୍ରାଜିଲରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୧ ହଜାର ୮୮୫ରେ ପହଞ୍ଚିଛି। ସେହିଭଳି ୧୭ ହଜାର ୯୮୩ ଜଣଙ୍କ ମୃତ୍ୟୁ ଘଟିଛି।

ସେପଟେ ଆମେରିକାରେ ଆକ୍ରାନ୍ତ ସଂଖ୍ୟା ୧୫ ଲକ୍ଷ ୭୧ ହଜାରରୁ ଅଧିକ ହୋଇଥିବା ବେଳେ, ମୋଟ ୯୩ ହଜାର ୫୫୮ ଲୋକଙ୍କ ଜୀବନ ଯାଇଛି।

You might also like