ଛତିଶଗଡ଼ରେ ୫ ଯବାନ ସହିଦ

ସହିଦ ହେଲେ ୫ ଯବାନ

ଛତିଶଗଡ଼: ସହିଦ ହୋଇଗଲେ ୫ ଯବାନ। ଛତିଶଗଡ଼ର ବିଜାପୁରରେ ୫ ଯବାନ ସହିଦ ହୋଇଛନ୍ତି। ଛତିଶଗଡ ବିଜାପୁରରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଆଉ ଏହି ସମୟରେ ୫ ଯବାନ ସହିଦ ହେବା ସହ ଅନେକ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାରେ ଡିଆରଜି ବାହିନୀର ୪ ଜଣ ଓ ସିଆରପିଏଫର ଜଣେ ଯବାନ ଆହତ ହୋଇଥିଲେ। ଉଦ୍ଧାର କାର୍ଯ୍ୟରେ ଏମଆଇ-୧୭ ହେଲିକପ୍ଟର ନିୟୋଜିତ ହୋଇଛି । ତରେନ ଥାନା ଅନ୍ତର୍ଗତ ଜୁନାଗଡା ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ-ମାଓବାଦୀ। ସୂଚନା ଅନୁସାରେ, ମାଓ ନେତା ହିଡିମା ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ। ଏହି ଏନକାଉଣ୍ଟରରେ ୫ଜଣ ଯବାନ ସହିଦ ହୋଇଥିବା ବେଳେ ଆକ୍ରମଣ କରିଥିବା ନକ୍ସଲମାନଙ୍କ ମଧ୍ୟରୁ ୨ଜଣ ନିହତ ହୋଇଥିବା ଜଣାପଡ଼ିଛି। ଏହା ୧୦ଜଣ ଯବାନ ଆହତ ହୋଇଥିବା ନେଇ ସୂଚନା ମିଳିଛି।

ଏନକାଉଣ୍ଟର ପରେ ଏବେ ମଧ୍ୟ ବିଜାପୁର ଜିଲ୍ଲାର ତରେମରେ ଗୁଳି ଚାଳନା ଜାରି ରହିଛି ବୋଲି ସୂଚନା ମିଳିଛି।

You might also like