ଶକ୍ତିଶାଳୀ ଭୂମିକମ୍ପରେ ଛିନ୍‌ଛତ୍ର ପିଓକେ: ୫ ମୃତ ଓ ୨୦୦ ଆହତ

ନୂଆଦିଲ୍ଲୀ: ଆଜି ଅପରାହ୍ଣ ୪.୩୫ ମିନିଟ୍‌ ସମୟରେ ଉତ୍ତର ଭାରତ ସମେତ ପାକ୍‌ ଅଧିକୃତ କାଶ୍ମୀର(ପିଓକେ)ରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି ପିଓକେ। ଭୂକମ୍ପରେ ପାକିସ୍ତାନରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକ ରାସ୍ତା ଭୁଶୁଡ଼ି ପଡ଼ିଥିବାର ଖବର ଆସୁଛି। ଗାଡ଼ିଗୁଡ଼ିକ ମଧ୍ୟ ଭାଙ୍ଗିରୁଜି ଯାଇଥିବା ସୋଶାଲ୍‌ ମିଡିଆରେ ଫଟୋ ଆସୁଛି।

ରିକ୍ଟର୍‌ ସ୍କେଲ୍‌ରେ ମପାଯାଇଥିବା ୫.୮ ତୀବ୍ରତା ସହ ଭୂକମ୍ପ ପିଓକେର ମୀରପୁରକୁ ମାଡ଼ କରିଛି। ଶ୍ରୀନଗରଠାରୁ ୧୪୦ କିମ ଦୂରରେ ଭୂକମ୍ପର କେନ୍ଦ୍ରବିନ୍ଦୁ ରହିଥିବା ବେଳେ ଏହାର ଗଭୀରତା ୧୦ କିମି ରହିଛି ବୋଲି ଆମେରିକା ଭୂତତ୍ୱ ସର୍ଭେ ରିପୋର୍ଟରେ କୁହାଯାଇଛି। ଭୂକମ୍ପର କେନ୍ଦ୍ର ସ୍ଥଳ ପିଓକେର ମୀରପୁରଠାରେ ରହିଛି ବୋଲି ରିପୋର୍ଟରେ କୁହାଯାଇଛି।

ଭୂକମ୍ପର ଝଟ୍‌କା ଦିଲ୍ଲୀ ଏନ୍‌ସିଆର୍ ସମେତ ଉତ୍ତର ଭାରତର ପଞ୍ଜାବ, ଚଣ୍ଡିଗଡ,କାଶ୍ମୀର ଓ ହିମାଚଳପ୍ରଦେଶର କେତେକ ସ୍ଥାନରେ ଅନୁଭୁତ ହୋଇଛି। ତେବେ ଜାମ୍ମୁ-କାଶ୍ମୀର କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ନାହିଁ ବୋଲି କହିଛନ୍ତି ଜାମ୍ମୁ-କାଶ୍ମୀର ଡିଜି ଦିଲ୍‌ବାଗ ସିଂହ। ପାକିସ୍ତାନର ଇସ୍ଲାମାବାଦ, ଲାହୋର୍‌ ଓ ଖାଇବର୍ ପଖ୍‌ତୁନଖ୍ୱା ସହର ମଧ୍ୟ ଭୂକମ୍ପ ଯୋଗୁ କ୍ଷତିଗ୍ରସ୍ତ ହୋଇଛି।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like