ହିମସ୍ଖଳନ ଯୋଗୁ ବରଫଖଣ୍ଡ ଖସି ୫ମୃତ, ୫ ନିଖୋଜ

ଶ୍ରୀନଗର: ଜମ୍ମୁଓ କଶ୍ମୀରର ଲଦାଖ ଅଞ୍ଚଳରେ ହିମସ୍ଖଳନ ଯୋଗୁ ବରଫଖଣ୍ଡ ଖସି ୫ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୫ଜଣ ଏବେ ବି ନିଖୋଜ ଅଛନ୍ତି।

ଆଜି ସକାଳେ ଲଦାଖର ଖରଦୁଙ୍ଗ ଲା ପାସ ଅଞ୍ଚଳରେ ପ୍ରବଳ ବରଫପାତ ହୋଇଛି। ଏଥିରେ କିଛି ଗାଡ଼ି ମଧ୍ୟ ଫସି ରହିଥିବା ଆଶଙ୍କା କରାଯାଉଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଚାଲିଛି। ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଗୃହମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ଅବଗତ କରାଯାଇଛି।

ଗତକିଛି ଦିନ ହେଲା ଜମ୍ମୁ ଓ କଶ୍ମୀର ଅଞ୍ଚଳରେ ପ୍ରବଳ ବରଫପାତ ହେଉଛି। ଗତକାଲି ପାଣିପାଗ ବିଭାଗପକ୍ଷରୁ ୧୦ଟି ଜିଲ୍ଲା ଅନନ୍ତନାଗ, ବଡଗାମ୍, ବାରମୂଲା, ବାନ୍ଦିପୋରା, ଗଣ୍ଡେରବାଲ, କାରଗିଲ, କୁଲଗାମ, କୁପୱାରା ଓ ଲେହ ଅଞ୍ଚଳରେ ହିମସ୍ଖଳନ ହେବ ବୋଲି ପୂର୍ବାନୁମାନ କରାଯାଇଥିଲା। ପ୍ରବଳ ବରଫପାତ ଯୋଗୁ ଜମ୍ମୁ କଶ୍ମୀର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି।

You might also like