ହଠାତ୍‌ ବସ୍‌ରେ ଲାଗିଲା ନିଆଁ, ଜଳିଗଲେ ୫ ଯାତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ଚିତ୍ରଦୁର୍ଗ ଜିଲ୍ଲା ହିରିୟୁର୍‌ ତାଲୁକ୍‌ ନିକଟରେ ଏକ ଘରୋଇ ବସ୍‌ରେ ହଠାତ୍‌ ନିଆଁ ଲାଗିଯିବା ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୭ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଓ ଜଣେ ମହିଳା ଅଛନ୍ତି। ଆଜି ଭୋର ସମୟରେ ଏହି ଅଭାବନୀୟ ଘଟଣା ଘଟିଛି।

ବସ୍‌ଟି ବିଜୟପୁରାରୁ ବେଙ୍ଗାଲୁରୁ ଯାଉଥିବା ବେଳେ ଚିତ୍ରଦୁର୍ଗ ଜିଲ୍ଲା ଜାତୀୟ ରାଜପଥ ୪ରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଇଞ୍ଜିନ୍‌ରେ କିଛି ସମସ୍ୟା ସୃଷ୍ଟି ହେବାରୁ ବସ୍‌ରେ ନିଆଁ ଲାଗି ଯାଇଥିବା କୁହାଯାଉଛି। ବସ୍‌ରେ ୩୨ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି।

ଆହତମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ହିରିୟୁର୍‌ ପୋଲିସ୍‌ FIR ରୁଜୁ କରି  ଘଟଣାର ତଦନ୍ତ ଆରମ୍ଭ କରିଛି।

You might also like