୫ ପାଇଲଟ୍‌ଙ୍କୁ କରୋନା

ନୂଆଦିଲ୍ଲୀ: ୫ ଜଣ ବିମାନ ଚାଳକଙ୍କ ଠାରେ କରୋନା ପିଜିଟିଭ୍ ଚିହ୍ନଟ ହୋଇଛି। ଗତକାଲି ୭୭ ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା। ଯେଉଁଥିରେ ୫ ଜଣଙ୍କଠାରେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ତେବେ ଏମାନଙ୍କ ମଧ୍ୟରୁ କାହା ଠାରେ ବି କରୋନା ଲକ୍ଷଣ ଦେଖାଯାଇ ନଥିଲା। ଏମାନେ କାର୍ଗୋ ଫ୍ଲାଇଟ୍‌ରେ ଚାଇନାର ଗୁଆନ୍‌ଝୋକୁ ଉଡ଼ାଣ ଭରିଥିଲେ। ଏମାନେ ସମସ୍ତେ ମୁମ୍ବାଇର ବୋଲି ଜଣା ପଡ଼ିଛି।

ଲକ୍‌ଡାଉନ୍‌ ସମୟରେ ସମସ୍ତ ପରିବନ ବନ୍ଦ ରହିଥିବା ବେଳେ ସରକାର ବିମାନ ଯୋଗେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ସହିତ ଅତ୍ୟାବଶ୍ୟକୀୟ ମେଡିକାଲ୍ ସାମଗ୍ରୀର ନେବା ଆଣିବା କାର୍ଯ୍ୟ କରୁଛନ୍ତି। ଏହି ପାଇଲ୍‌ଟ୍‌ମାନ ମଧ୍ୟ ଏପ୍ରିଲ୍‌ ୧୮ ତାରିଖରୁ ମେଡିକାଲ ମେଡିକାଲ୍‌ ସାମଗ୍ରୀ ନେଇ ଦିଲ୍ଲୀରୁ ଚାଇନାର ଗୁଆନ୍‌ଝୋକୁ ଉଡ଼ାଣ ଭରିଥିବା ଜଣାପଡ଼ିଛି।

ସେହିଭଳି ବିଦେଶରୁ ପ୍ରବାସୀଙ୍କୁ ଫେରାଇ ଆଣିବାର ପ୍ରଥମ ଷ୍ଟେଜ୍‌ରେ ଇରାନ୍‌ ଓ ଇଟାଲୀରୁ ପ୍ରବାସୀ ଭାରତୀୟଙ୍କୁ ଫେରାଇ ଅଣାଯାଇଥିଲା। ସେହିଭଳି ଲଣ୍ଡନ୍‌ରେ ଫସିଥିବା ୩୨୬ ଜଣ ଭାରତୀୟଙ୍କୁ ମଧ୍ୟ ସେଠାରୁ ଉଦ୍ଧାର କରାଯାଇଥିଲା।

ଅନ୍ୟ କୋଭିଡ୍‌ ଯୋଦ୍ଧାଙ୍କ ଭଳି ପାଇଲଟ୍‌ମାନେ ମଧ୍ୟ କରୋନାରେ ଶିକାର ହୋଇଛନ୍ତି। ଅନ୍ୟ କୋଭିଡ୍‌ ଯୋଦ୍ଧାମାନଙ୍କ ମଧ୍ୟରେ ପାଖାପାଖି ୧୦୦ ଜଣ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ କରୋନାରେ ସଂକ୍ରମିତ ହୋଇସାରିଲେଣି। ସେମାନଙ୍କ ମଧ୍ୟରୁ ଦିଲ୍ଲୀ ଓ ମୁମ୍ବାଇରେ ଅଧିକାଂଶ ଅଛନ୍ତି।

ଏଥିସହିତ ୫୦୦ ସୁରକ୍ଷା କର୍ମୀ କରୋନାରେ ସଂକ୍ରମିତ ହୋଇସାରିଲେଣି। ସେମାନମଙ୍କ ମଧ୍ୟରୁ ୨୫୦ ଜଣ ସିଆର୍‌ପିଏଫ୍‌ର ଯବାନ ଥିବା ବେଳେ ପାଖାପାଖି ୨୦୦ ବିଏସ୍‌‌ଏଫ୍‌ ଯବାନ ମଧ୍ୟ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଦିଲ୍ଲୀ ଲିଙ୍କ୍ ରହିଛି। ସେହିଭଳି ଗତ ସପ୍ତାହରେ ଦୁଇ ବିଏସ୍‌ଏଫ୍‌ ଯବାନ ଓ ଜଣେ ଦିଲ୍ଲୀ ପୁଲିସଙ୍କର କରୋନାରେ ମୃତ୍ୟୁ ମଧ୍ୟ ହୋଇଛି।

You might also like