ମୁରାଦାବାଦ ଡାକ୍ତରୀ ଟିମ୍‌ ଉପରେ ପଥର ଫିଙ୍ଗା ଘଟଣାରେ ୫ ଅଭିଯୁକ୍ତ କରୋନା ପଜିଟିଭ୍‌ ଚିହ୍ନଟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁରାଦାବାଦ୍‌ରେ ଡାକ୍ତରୀ ଟିମ୍‌ ଉପରେ ପଥର ଫିଙ୍ଗିବା ଘଟଣାରେ ଗିରଫ୍‌ ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଏନେଇ ମଙ୍ଗବାର ସରକାରୀ ଭାବେ ସୂଚନା ଦିଆଯାଇଛି।
ଏମାନଙ୍କ ବ୍ୟତୀତ ଜିଲ୍ଲାରେ ଆଉ ୧୦ ଜଣଙ୍କଠାରେ ବି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି।

ଗତ ସପ୍ତାହରେ କେତେକ କରୋନା ରୋଗୀଙ୍କ ପରିବାରକୁ ଆଇସୋଲେସନ୍‌ ନେବାକୁ ଏକ ଡାକ୍ତରୀ ଟିମ୍‌ ମୁରାଦାବାଦର  ନୱାବ୍‌ପୁର ଅଞ୍ଚଳକୁ ଯାଇଥିଲା। କିନ୍ତୁ ଡାକ୍ତରୀ ଟିମ୍‌କୁ ଦେଖି କରୋନା ପୀଡ଼ିତଙ୍କ ପରିବାର ଲୋକେ ଡାକ୍ତରୀ ଟିମ୍ ସହିତ ଆମ୍ବୁଲାନ୍ସ ଉପରକୁ ମଧ୍ୟ ଢେଲା ପଥର ମାଡ଼ କରିଥିଲେ। ଏଥିରେ ୪ଜଣ ଡାକ୍ତର କର୍ମୀ ଆହତ ହୋଇଥିଲେ। ଏହି ଘଟଣାରେ ଉତ୍ତର ପ୍ରଦେଶ ପୁଲିସ ୧୭ ଜଣଙ୍କୁ ଗିରଫ୍ କରିଥିଲା।

ତେବେ ଏମାନଙ୍କ ଠାରୁ ନିଆଯାଇଥିବା ସମସ୍ତ ସାମ୍ପଲ୍‌କୁ ଦିଲ୍ଲୀର ରାମ୍‌ ମନୋହର ଲୋହିଆ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମେଡିକାଲ୍ ସାଇନ୍ସକୁ ପଠାଇଯାଇଥିଲା। ଏଥିମଧ୍ୟରୁ ସୋମବାର ୫ ଜଣଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସିଏମ୍‌ଓ ଡ. ମିଲିନ୍ଦ ଗର୍ଗ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

You might also like