ସାବଧାନ ! ବଜାରରୁ ଉଭେଇ ଯିବକ କି ଏହି ସବୁ ନୋଟ୍?

ବନ୍ଦ ହୋଇଯିବ କି ପୁରୁଣା ନୋଟ୍?

ନୂଆଦିଲ୍ଲୀ: ପୁରୁଣା ନୋଟକୁ ନେଇ ବଜାରରେ ଗୁଜବ। ୫,୧୦ ଏବଂ ୧୦୦ ଟଙ୍କିଆ ନୋଟକ ଆଉ ଚଳିବ ନାହିଁ ବୋଲି ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ଜୋରସୋରରେ ଚର୍ଚ୍ଚା ଚାଲିଛି। କିନ୍ତୁ ଏନେଇ ଆଇବିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ତେଣୁ ପ୍ରଚାରିତ ହେଉଥିବା ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ। କାରଣ ବର୍ତ୍ତମାନ ସୁଦ୍ଧା ସରକାର କିମ୍ବା ଆଇବିଆଇ ଏନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି ବୋଲି ଆମେ ସ୍ପଷ୍ଟ ଭାବରେ କହିରଖୁଛି।

ଆସନ୍ତା ମାର୍ଚ୍ଚ ମାସରୁ ଏହି ସବୁ ପୁରୁଣା ନୋଟ୍ ବନ୍ଦ କରିବା ଲାଗି ଚିନ୍ତା କରୁଛି ଆରବିଆଇ। ମିଳିଥିବା ସୂଚନା ଅନୁସାରେ,  ଏହାର ପ୍ରଚଳନ ବନ୍ଦ କରାଯିବ ବୋଲି ଆର୍‌ବିଆଇର ଆସିଷ୍ଟାଣ୍ଟ ଜେନେରାଲ୍‌ ମ୍ୟାନେଜର୍‌ ବି ମହେଶ ସୂଚନା ଦେଇଛନ୍ତି।

ପରୁଣା ୧୦୦ ଟଙ୍କିଆ ୧୦ ଟଙ୍କିଆ ଏବଂ ୫ ଟଙ୍କିଆ ନୋଟ୍‌କୁ ନେଇ ସେ ଏହି ଜରୁରୀ ସୂଚନା ଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁସାରେ ମାର୍ଚ୍ଚ କିମ୍ବା ଏପ୍ରିଲରେ ପରେ ହିଁ ଏହି ସମସ୍ତ ପୁରୁଣା ନୋଟ୍‌କୁ ହଟାଯାଇ ପାରେ। ଅର୍ଥାତ୍ ବଜାରରେ ଆଉ ଚଳିବ ନାହିଁ ପୁରୁଣା ନୋଟ୍।  ଏବେ ଆର୍‌ବିଆଇ ପୁରୁଣା ନୋଟ ସିରିଜ୍‌ ପ୍ରତ୍ୟାହାର କରିବା ପାଇଁ କାର୍ଯ୍ୟ କରୁଛି।

ଆର୍‌ବିଆଇ ଏହି ନୋଟ୍‌ ଗୁଡିକୁ ଫେରାଇ ନେବା ଯୋଜନା ଉପରେ କାର୍ଯ୍ୟ କରୁଛି। ମାର୍ଚ୍ଚ-ଏପ୍ରିଲ ମାସ ପରେ ଏହା ଆଉ ବଜାରରେ ଚଳିବ ନାହିଁ। ଏବେ ଏହାର ନୂଆ ନୋଟ ବଜାରରେ ଉପଲବ୍ଧ। ତେବେ ଦଶ ଟଙ୍କିଆ କଏନ୍ ଚଳିବ ବୋଲି ଜଣାପଡ଼ିଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୧୯ ମସିହାରେ ନୂଆ ୧୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ଆରମ୍ଭ କରାଯାଇଥିଲା। ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ ବନ୍ଦ କରିବା ପରେ ଆର୍‌ବିଆଇ ହଠାତ୍‌ ଅନ୍ୟ ନୋଟ୍‌ ଗୁଡ଼ିକୁ ବନ୍ଦ କରିବା ପାଇଁ ଚାହୁଁ ନଥିଲା। ତେଣୁ  ଏହାପରେ କିଛି ବର୍ଷ ଅପେକ୍ଷା କରାଯାଇଥିଲା। ଏହାର ଚଳଣି ବଜାରରେ ହେବାପରେ ଏବେ ପୁରୁଣା ନୋଟ୍‌କୁ ପ୍ରତ୍ୟାହାର କରାଯିବା ପାଇଁ ଯୋଜନା କରାଯାଉଛି।

ତେବେ ୧୦ ଟଙ୍କିଆ କଏନ୍‌ ପ୍ରଚଳନ ଜାରି ରହିବ ବୋଲି ସୂଚନା ରହିଛି। ମାତ୍ର କେତେକ ଲୋକ ଏହା ଚଳବନି ବୋଲି ଗୁଜବ କରୁଛନ୍ତି। ମାତ୍ର ୧୦ ଟଙ୍କିଆ କଏନ୍‌ ପ୍ରଚଳନ କରାଯିବ ବୋଲି କୁହାଯାଇଛି। ୨୦୧୯ ମସିହାରେ ଆର୍‌ବିଆଇ ୧୦ ଟଙ୍କିଆ ନୋଟ୍‌ ଜାରି କରିବା ସମୟରେ ପୂର୍ବ ନୋଟର ପ୍ରଚାଳିତ ରହିବ ବୋଲି କହିଥିଲା। ମାତ୍ର ଚଳିତ ମାର୍ଚ୍ଚ ଏପ୍ରିଲ ମାସରୁ ଏହାକୁ ବଜାରରୁ ପ୍ରତ୍ୟାହାର କରାଯିବ ବୋଲି ଏହାର ଆସିଷ୍ଟାଣ୍ଟ ଜେନେରାଲ୍‌ ମ୍ୟାନେଜର ସୂଚନା ଦେଇଛନ୍ତି।

ତେବେ ମୋଟ୍ ଉପରେ କହିବାକୁ ଗଲେ, ବଜାରରେ କେବେ ଏହି ସମସ୍ତ ନୋଟକୁ ବନ୍ଦ କରାଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ କିନ୍ତୁ ମାର୍ଚ୍ଚ କିମ୍ବା ଏପ୍ରିଲରେ ଏହି ନୋଟ୍ ବନ୍ଦ ହେବ ବୋଲି ଜଣାଯାଇଛି।

You might also like