ଇଣ୍ଡୋନେସିଆରେ ଭୟଙ୍କର ସୁନାମୀ; ୪୩ ମୃତ, ୬୦୦ ଆହତ

ଜାକର୍ତ୍ତା: ଇଣ୍ଡୋନେସିଆରେ ଭୟଙ୍କର ସୁନାମୀରେ ୪୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୬୦୦ ଜଣ ଆହତ ହୋଇଛନ୍ତି।

କେବଳ ସୁନ୍ଦା ଷ୍ଟ୍ରେଟ୍‌ରେ ୪୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୮୪ଜଣ ଆହତ ହୋଇଛନ୍ତି। ୨ଜଣ ନିଖୋଜ ମଧ୍ୟ ଅଛନ୍ତି।

କ୍ରାକ୍‌ଟୋଆ ଆଗ୍ନେୟଗିରିରେ ହଠାତ୍‌ ଆଗ୍ନେୟ ଉଦ୍‌ଗିରଣ ହେବା ଫଳରେ ସମୁଦ୍ର ଭିତରେ ଭୂସ୍ଖଳନ ହୋଇଥିଲା। ଯାହା ଫଳରେ ଭୟଙ୍କର ସୁନାମୀ ଆସିଥିଲା ବୋଲି କୁହାଯାଉଛି।

ଶନିବାର ରାତି ପ୍ରାୟ ୯ଟା ୩୦ ମିନିଟ୍‌ (ସ୍ଥାନୀୟ ସମୟ) ବେଳେ ଦକ୍ଷିଣ ସୁମାତ୍ରା ଓ ଜାଭା ଦ୍ୱୀପର ପଶ୍ଚିମ ଭାଗରେ ସୁନାମୀ ଆସିଥିଲା। ସୁନାମୀ ଯୋଗୁ ସମୁଦ୍ରରେ ଉଚ୍ଚ ଜୁଆର ମାଡ଼ି ଆସିବାରୁ ଅନେକ ଘର ମଧ୍ୟ ଭାଙ୍ଗି ଯାଇଛି।

ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସେପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ସେପ୍ଟେମ୍ବରରେ ସୁଲାୱେସୀ ଦ୍ୱୀପରେ ଆସିଥିବା ସୁନାମୀ ଯୋଗୁ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

You might also like