ଦିନକରେ ଦେଶରେ ୪୨୦୦ କରୋନା ପଜିଟିଭ ଚିହ୍ନଟ, ମହାରାଷ୍ଟ୍ରରେ ବଢୁଛି ମୃତ୍ୟୁ ସଂଖ୍ୟା

ଦେଶରେ ୨ ହଜାର ୨ ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା। କୋଭିଡ୍ ୧୯ରେ ଆଜି ସୁଦ୍ଧା ଭାରତରେ ମୋଟ୍ ୨ ହଜାର ୨ ଶହ ୬ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ସେହିଭଳି ଆକ୍ରାନ୍ତ ସଂଖ୍ୟା ୬୭ ହଜାର ପାର ହୋଇଛି।

୨୪ ଘଣ୍ଟା ଭିତରେ ସଂକ୍ରମିତ ହୋଇଛନ୍ତି ୪୨ ଶହରୁ ଅଧିକ ଲୋକ। ଏପଟେ ଦିନକରେ ୧ ହଜାର ୫୫୦ ସୁସ୍ଥ ହୋଇଛନ୍ତି। ଆକ୍ରାନ୍ତଙ୍କ ଆରୋଗ୍ୟ ହାର ୩୧.୧୫ ପ୍ରତିଶତକୁ ବୃଦ୍ଧି ପାଇଛି।

ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର। ଏଠାରେ ୨୨ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୮୩୨ରେ ପହଞ୍ଚିଛି। ସେହିଭଳି ଗୁଜରାଟରେ ୮ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୪୯୩ ଜଣ ପ୍ରାଣ ହରାଇଛନ୍ତି।

ପ୍ରକାଶଥାଉକି ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର। କରୋନା ଆକ୍ରାନ୍ତ ଆରୋଗ୍ୟ ହାର ୩୧.୧୫%କୁ ବୃଦ୍ଧି ହୋଇଥିବା ନେଇ ଆଜି ପ୍ରେସମିଟରେ ସୂଚନା ଦେଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ।

ଏପର୍ଯ୍ୟନ୍ତ ଦେଶରେ କରୋନାରେ ଆକ୍ରାନ୍ତ ସଂଖ୍ୟା ୬୭ ହଜାର ଟପିଥିବା ପ୍ରାୟ ୨୧ ହଜାର ସୁସ୍ଥ ହୋଇଛନ୍ତି। ଆଜି ଗୋଟିଏ ଦିନରେ ୧୫୫୯ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

You might also like