ଗୋଟିଏ କୋଠାରୁ ବାହାରିଲେ ୪୧ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନିଜାମୁଦ୍ଦିନ ଲିଙ୍କ୍ ପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି। କାପସହେଡାର ଠେକେ ବାଲି ଗଳିରେ ଥିବା ଏକ ବିଲ୍ଡିଂରେ ୪୧ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏତେ ସଂଖ୍ୟକ ରୋଗୀ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବାରୁ  ଭୟର ବାତାବରଣ ସୃଷ୍ଟି ହୋଇଛି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଡିଏମ୍‌ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୧୯ରେ  ସେହି ବିଲ୍ଡିଂରୁ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ସେହି ବିଲ୍ଡିଂକୁ ସିଲ୍‌ କରାଯାଇଥିଲା।

ଖବର ଅନୁଯାୟୀ, ଡିସି ଅଫିସ ପାଖରେ ରହିଛି ଏହି ଗଳି। ଏହି କୋଠାରୁ ଏପ୍ରିଲ ୧୯ରେ ଜଣେ କରୋନା  ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ପୁରା ବିଲ୍ଡିଂକୁ ସିଲ୍‌ କରାଯାଇଥିଲା। ଏଠାରେ ରହୁଥିବା ସମସ୍ତଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଏହାକୁ ପରୀକ୍ଷା ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଲୋଜିଷ୍ଟ୍(NIB, Noida)କୁ ପଠାଯାଇଥିଲା। ରିପୋର୍ଟ ଆସିବା ପରେ ପ୍ରଶାସନର ହୋସ୍‌ ଉଡିଯାଇଥିଲା। ସେହି ବିଲ୍ଡିଂରେ ରହୁଥିବା ୪୧ ଜଣ ଲୋକ କରୋନରେ ଆକ୍ରାନ୍ତ ଥିବା ଜଣାପଡିଥିଲା।

କାପସହେଡାରେ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ରହିଛନ୍ତି। ଦିଲ୍ଲୀ-ଗୁରୁଗ୍ରାମ କାରଖାନାରେ କାର୍ଯ୍ୟ କରୁଥିବା ଅଧିକାଂଶ ଲୋକ ଏଠାରେ ରୁହନ୍ତି। ଏହି ଅଞ୍ଚଳଟି ଅତି ସଂକୀର୍ଣ୍ଣ ହେଇଥିଲେ ହେଁ ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକ ଏଠାରେ ବାସ କରନ୍ତି।

 

ଆହୁରି ପଢ଼ନ୍ତୁ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

You might also like